ଶ୍ରୀମନ୍ଦିର ରତ୍ନ ସିଂହାସନ ସୁରକ୍ଷିତ ରହିଛି : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର

0 358
greentech

ପୁକଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୧୩/୦୭:ସିଂହାସନ ଡାହାଣ ପାଖ ପଦ୍ମ ପାଖୁଡାରେ କ୍ଷେତ ହୋଇଥିବା ନେଇ ଜଣେ ସେବାୟତଙ୍କ ଅଭିଯୋଗ ଉପରେ ଯାଞ୍ଚ କରାଯାଇଛି।

ଏହି ପଦ୍ମ ପାଖୁଡାର ସ୍ଥିତି ଜାଣିବାକୁ, ଏଏସ୍ ଆଇ ସହ ଶ୍ରୀମନ୍ଦିର ପ୍ରଶାସନ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରତ୍ନ ସିଂହାସନ ର ପଦ୍ମ ପାଖୁଡାର ଖଣ୍ଡିଆ ଅଶଂ ର ପୁରୁଣା ଫଟୋ ଏଏସ୍‌ଆଇ ପକ୍ଷରୁ ବୈଠକରେ ଉପସ୍ଥାପନ କରାଯାଇଥିଲା। ତଥାପି ଏହି ବିବାଦ ଉପରେ ଏକ ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଏସ୍‌ଆଇ ନିବେଦନ କରାଯାଇଛି ବୋଲି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସେବାୟତଙ୍କ କଲ୍ୟାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ୫ ଟି ସହାୟତା ଯୋଜନା ସମ୍ପର୍କରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ। ସେବାୟତଙ୍କ ସ୍ଥିତି ଜାଣିବାକୁ ପୂର୍ନ୍ନବାର ସର୍ଭେ କରାଯିବ।

କେତେ ସେବାୟତ ଅଛନ୍ତି। ସେମାନଙ୍କ ପରିବାର ଆର୍ଥିକ ସ୍ଥିତି ଶିକ୍ଷାଗତ ଯୋଗ୍ୟତା, ସାମାଜିକ ସ୍ଥିତି ଆଦି ସମ୍ପର୍କରେ ସର୍ଭେ କରାଯିବ। ଏହାସହ ସେବାୟତଙ୍କ ପାଇଁ ପୁରୀ ସହରରେ ୨୫୦ ଟି ଆବାସ ନିର୍ମାଣ କରାଯିବା ସହ, ପୂର୍ବରୁ ୨ଟି ଦଫାରେ ସେବାୟତଙ୍କୁ ୫୦୦୦ ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ଜୁଲାଇ ଓ ଅଗଷ୍ଟ ମାସର ସହାୟତା ରାଶି ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.

nineteen − seventeen =

error: Content is protected !!
Open chat