ସଭ୍ୟ ସମାଜରେ ମିଛ ଏନକାଉଣ୍ଟରର ସ୍ଥାନ ନାହିଁ- ଏନଏଚଆରସି ମୁଖ୍ୟ

0 458
greentech

ଗୁଆହାଟି (ଆସାମ) ୧୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମିଛ ଏନକାଉଣ୍ଟର ଏକ ନାରକୀୟ ଘଟଣା । ଏକ ସଭ୍ୟ ସମାଜରେ ତାହାର ସ୍ଥାନ ନାହିଁ ବୋଲି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି । ଦେଶର ପାଞ୍ଚଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ମାନବାଧିକାର ସମ୍ପର୍କିତ ଅଭିଯୋଗଗୁଡିକ ସମ୍ପର୍କରେ ଦୁଇ ଦିନିଆ ଜନଶୁଣାଣି କରିବା ଅବସରରେ ଜଷ୍ଟିସ ମିଶ୍ର ଏହା କହିଛନ୍ତି । ଗତ ମଇ ମାସଠାରୁ ଆସାମ ପୁଲିସ ଦ୍ୱାରା ପ୍ରାୟୋଜିତ ଗୁଳିକାଣ୍ଡରେ ଅନ୍ୟୂନ ୩୧ ଜଣଙ୍କର ପ୍ରାଣହାନି ଘଟଣା ସର୍ମ୍ପକିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି । ଜଷ୍ଟିସ ମିଶ୍ର କହିଥିଲେ ଯେ ଦେଶରେ ତୁରନ୍ତ ନ୍ୟାୟ ପ୍ରଦାନର ପ୍ରଶ୍ନ ଉଠୁନାହିଁ । ଦେଶରେ ରହିଥିବା ଆଇନ ବ୍ୟବସ୍ଥା ତାହା ବାଟରେ କାର୍ଯ୍ୟ କରୁଛି । ଜଣେ ଦୋଷୀ ବ୍ୟକ୍ତିଙ୍କ ସମ୍ପର୍କରେ ଅଦାଲତରେ ବିଚାର କରାଯାଇ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ ।
ସଶସ୍ତ୍ର ବାହିନୀ କ୍ଷମତା ଆଇନ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ଏନଏଚଆରସି ମୁଖ୍ୟ କହିଥିଲେ ଯେ, କେତେକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଏଏଫଏସପିଏ ଆଇନ ଲାଗୁ କରାଯିବା କାରଣରୁ ମାନବାଧିକାର ଉଲ୍ଲଂଘନ ହେଉଥିବା ଘଟଣା ଘଟୁଥିବା କହିବା ଭୁଲ ହେବ । ଏଭଳି ଘଟଣାକୁ ଅନ୍ୟ ସେହିଭଳି ଘଟଣା ସହିତ ସମାନ ଭାବରେ ଦେଖାଯାଇପାରିବ ନାହିଁ । ଏକଥା କୁହାଯାଇପାରିବ ନାହିଁ ଯେ ଏହି ଆଇନ କାରଣରୁ କୌଣସି ମାନବାଧିକାର ଉଲ୍ଲଂଘନ ଘଟଣା ଘଟୁଛି । ଯଦି ନିର୍ଦ୍ଦିଷ୍ଟ ଭାବରେ ସେଭଳି କିଛି ଘଟଣା ସମ୍ମୁଖକୁ ଆସେ ତେବେ ଏନଏଚଆରସି ସେ ସମ୍ପର୍କରେ ବିଚାର କରିବେ ।

Leave A Reply

Your email address will not be published.

fourteen − 12 =

error: Content is protected !!
Open chat