ସରକାରଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀର ବିଜ୍ଞାନ ଭବନରେ ପହଞ୍ଚିଲେ କୃଷକ ପ୍ରତିନିଧି

0 343
greentech

ନୂଆଦିଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିବାକୁ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକର ପ୍ରତିନିଧିିମାନେ ଦିଲ୍ଲୀରେ ପହଞ୍ଚିଛନ୍ତି ।   ଆଉ କିଛି ସମୟପରେ ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଏଥିରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବେ । ଏହି ବୈଠକରେ ଯୋଗ ଦେବାକୁ ଆନ୍ଦୋଳନରତ କୃଷକମାନଙ୍କର ଏକ ୩୫ ଜଣିଆ ପ୍ରତିନିଧିମଣ୍ଡଳ ସିଙ୍ଗୁ ସୀମା ଦେଇ ଦିଲ୍ଲୀ ଯାଉଛନ୍ତି ।

ଏହି ବୈଠକରେ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥା ରହିବ ବୋଲି ଆଲୋଚନା ବେଳେ ସରକାର କୃଷକ ପ୍ରତିନିଧିମାନଙ୍କୁ ଅବଗତ କରାଇବେ । ଏହା ସହିତ କୃଷକମାନଙ୍କର ଅନ୍ୟାନ୍ୟ ବିଭିନ୍ନ ଆଶଙ୍କାକୁ ଦୂର କରିବାକୁ ସରକାର ଉଦ୍ୟମ କରିବେ ।

ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ କୃଷି ଆଇନକୁ ସମର୍ଥନ କରିବା ସହ ଏହା କୃଷକଙ୍କ ହିତ ସାଧନ କରିବ ବୋଲି କହିଥିଲେ । ବିରୋଧୀ ଦଳମାନେ ନିଜର ସଂକୀର୍ଣ୍ଣ ସ୍ବାର୍ଥ ସାଧନ ପାଇଁ କୃଷକମାନଙ୍କୁ ଉସୁକାଉଛନ୍ତି ବୋଲି ମୋଦୀ କହିଥିଲେ । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ମୋଦୀ ନିଜର ଅଳ୍ପ କିଛି ଶିଳ୍ପପତି ବନ୍ଧୁଙ୍କ ସ୍ବାର୍ଥରକ୍ଷା ପାଇଁ ଏହି ଆଇନ ଆଣିଛନ୍ତି । ଯଥାଶୀଘ୍ର ଏପରି ଆଇନର ପ୍ରତ୍ୟାହାର ପାଇଁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.

1 × five =

error: Content is protected !!
Open chat