କରୋନା ସଂକ୍ରମଣକୁ ପୁରିଲା ବର୍ଷେ ତଥାପି ଭୟରେ ବିଶ୍ୱ

0 229
greentech

ସାରା ବିଶ୍ୱରେ ଛ କୋଟିରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ଏବଂ ୧୪ ଲକ୍ଷରୁ ଅଧକ ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ୨୦୧୯ ମସିହା ଆଜିର ଦିନରେ ଆରମ୍ଭ ହୋଇଥିଲା। ଆଜି ଏହାକୁ ଗୋଟିଏ ବର୍ଷ ପୁରଣ ହୋଇଥିବା ବେଳେ କରୋନା ପ୍ରଭାବ ଯଦିଓ କିଛି ମାତ୍ରାରେ ହ୍ରାସ ପାଇଛି କିନ୍ତୁ ବିଶ୍ୱର ପ୍ରତ୍ୟେକଟି କ୍ଷେତ୍ରରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ପ୍ରସିଦ୍ଧ ମେଡିକାଲ୍ ପତ୍ରିକା ଲାନସେଟ୍ ଚଳିତ ବର୍ଷ ଜାନୁୟାରୀ ୨୪ରେ ହୋଇଥିବା ଅଧ୍ୟୟନରେ ପ୍ରକାଶ କରିଥିଲା ଯେ ଚୀନ୍‌ର ୱୁହାନ‌ରେ ୨୦୧୯ ଡିସେମ୍ବର ୧୦ରେ କରୋନା ସଂକ୍ରମଣର ପ୍ରଥମ ମାମଲା ଜଣାପଡିଛି। ପ୍ରଥମେ ଡାକ୍ତର ୱୁ ୱେଞ୍ଜୁଆନ୍ ଜଣେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ ଏବଂ ଚିକିତ୍ସା କରିଥିଲେ। ୱୁହାନର ସ୍ଥାନୀୟ ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଗତ ବର୍ଷ ଡିସେମ୍ବର ୩୧ରେ ୨୭ ଜଣ ରୋଗୀ ଏକ ଅଜ୍ଞାତ ଭାଇରାଲ ନିମୋନିଆରେ ପୀଡିତ ଥିବା କହିଥିଲେ ମଧ୍ୟ ପ୍ରାଥମିକ ସଂକ୍ରମଣ ଡିସେମ୍ବର ୧ରେ ଦେଖା ଦେଇଥିଲା।

ୱୁ ୱେଞ୍ଜୁଆନଙ୍କ ଅନୁଯାୟୀ, ୱୁହାନର ପ୍ରଥମ କୋଭିଡ-୧୯ ରୋଗୀ ମସ୍ତିଷ୍କ ସଂକ୍ରମଣ ଏବଂ ଡିମେନ୍ସିଆ ରୋଗରେ ପୀଡିତ ଥିଲେ। ୱୁ ଆହୁରି ମଧ୍ୟ କହିଛନ୍ତି ଯେ ସେ ପ୍ରଥମେ ୱୁହାନର ଅନ୍ୟ ଏକ ଡାକ୍ତରଖାନା ପରିଦର୍ଶନ କରିଥିଲେ ଏବଂ ତାଙ୍କୁ ଡିସେମ୍ବର ୨୯ରେ ୱୁହାନ୍ ଜିନିଣ୍ଟାନ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ସମ୍ପର୍କୀୟଙ୍କ ସାକ୍ଷ୍ୟ ଆଧାରରେ ତାଙ୍କର ସଂକ୍ରମଣ ତାରିଖ ସ୍ଥିର କରିବାରେ ସକ୍ଷମ ହୋଇଥିଲେ ବୋଲି ୱୁ କହିଛନ୍ତି। ୱୁଙ୍କ ଦଳ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ କୋଭିଡ-୧୯ ଭୁତାଣୁ ବନ୍ୟଜନ୍ତୁଙ୍କଠାରୁ ମଣିଷ ଦେହକୁ ଆସିନଥିଲା।

Leave A Reply

Your email address will not be published.

7 − five =

error: Content is protected !!
Open chat