ସାବଧାନ !! ଚାଇନାରୁ ଆସୁଛି ରହସ୍ୟମୟ ମଞ୍ଜି : ଘାରୁଛି ଚୀନ ପ୍ରାୟୋଜିତ ଆଉ ଜୈବ ଆତଙ୍କବାଦର ଭୟ !

0 415
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଚୀନରୁ ବାହାରିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଥିବାବେଳେ ଚୀନ ଆଉ ଏକ କାରସାଦି ଆରମ୍ଭ କରିଛି । ବିଭିନ୍ନ ଦେଶର ଲୋକମାନେ ପାର୍ସଲ ମାଧ୍ୟମରେ ଏକ ରହସ୍ୟମୟ ମଞ୍ଜି ପାଉଛନ୍ତି । ଏହି ପାର୍ସଲ ଚୀନରୁ ଆସୁଥିବା କୁହାଯାଉଛି । ଏହି ମଞ୍ଜି ମାଧ୍ୟମରେ ଚୀନ ଏକ ନୂଆ ପ୍ରକାରର ଜୈବ ଆତଙ୍କବାଦ ସୃଷ୍ଟି କରିବାକୁ ଚାହୁଁଥିବା ଅନୁମାନ କରାଯାଉଥିବାରୁ ତାହାକୁ ନେଇ ବିଭିନ୍ନ ଦେଶରେ ଚିନ୍ତା ପ୍ରକାଶ ପାଇଛି । ଏପରି ରହସ୍ୟମୟ ମଞ୍ଜି ଥିବା ପାର୍ସଲ ଆମେରିକା, ବ୍ରିଟେନ, ନ୍ୟୁଜିଲାଣ୍ଡ, କାନାଡା, ଜାପାନ ସମେତ ୟୁରୋପର କିଛି ଦେଶର ଲୋକମାନେ ପାଇଥିବା ଜଣାପଡ଼ିଛି ।

ଲୋକମାନେ ପ୍ରାୟ ୧୪ ପ୍ରକାରର ମଞ୍ଜି ପାଇଥିବା ଆମେରିକାର କୃଷି ବିଭାଗ ସ୍ପଷ୍ଟ କରିଛି, ବିଭାଗ କହିିଛି ଯେ ଏହି ରହସ୍ୟମୟ ମଞ୍ଜି ଚୀନରୁ ଆସିଛି । ଏପରି ମଞ୍ଜି ମିଳିଲେ ତାହାକୁ ଜମିରେ ନ ପୋତିବାକୁ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବିଭିନ୍ନ ଦେଶର କୃଷି ବ୍ୟବସ୍ଥା ଓ ଖାଦ୍ୟ ସୁରକ୍ଷାକୁ ହାନୀ ପହଞ୍ଚାଇବାକୁ ଏପରି ଷଡ଼ଯନ୍ତ୍ର କରାଯାଉଛି ବୋଲି ଆମେରିକା ସଂଦେହ କରୁଛି । ତେବେ ଚୀନ ଏହାକୁ ଖଣ୍ଡନ କରିଛି । ଅନ୍ୟପକ୍ଷରେ ଏସବୁ ରହସ୍ୟମୟ ମଞ୍ଜି ସଂପର୍କରେ ଭାରତ ସରକାର ସତର୍କ ହୋଇଉଠିଛନ୍ତି । ଭାରତୀୟ ଜାତୀୟ ବୀଜ ସଂଘ (ଏନଏସଏଆଇ) ପକ୍ଷରୁ ଏ ନେଇ ସରକାରଙ୍କୁ ସତର୍କ କରିବା ସହ ଏହା ଯେପରି ଜମିରେ ନ ପହଞ୍ଚେ ସେ ନେଇ ପଦକ୍ଷେପ ନେବାକୁ କହିଛି ।

Leave A Reply

Your email address will not be published.

one × one =

error: Content is protected !!
Open chat