ସୁପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ ସାଢେ ୪ କୋଟି ଓଡିଆଙ୍କ ହୋଇଛି ବିଜୟ

0 170
greentech

ଭୁବନେଶ୍ୱର, ଜୁନ 23 – ପୁରୀରେ ରଥଯାତ୍ରା ପାଇଁ ସପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସାଢେ ୪ କୋଟି ଓଡିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସାଢେ ୪ କୋଟି ଓଡିଆ ଏବଂ ସାରା ବିଶ୍ୱରେ କୋଟି କୋଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଭାବାବେଗକୁ ସମ୍ମାନ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପ୍ରଧାନ ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ରଥଯାତ୍ରା କେବଳ ଗୋଟିଏ ଉତ୍ସବ ନୁହେଁ ବରଂ ଭାବାବେଗର ଅବିଚ୍ଛେଦ୍ୟ ଅଙ୍ଗ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରଦ୍ଧା, ଭକ୍ତି, ଆସ୍ଥା ଓ ସମ୍ମାନର ଅସରନ୍ତି ଉତ୍ସ । ଅଗଣିତ ଜନତାଙ୍କର ବିଶ୍ୱାସ, ପରମ୍ପରା, ଭାବାବେଗକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଆଗୁଆ ।
ବିନା ଭକ୍ତ ସମାଗମରେ ପୁରୀରେ ରଥଯାତ୍ରା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ । ସର୍ତମୂଳକରେ ରଥଯାତ୍ରା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ ସଠିକ୍ ପରିଚାଳନା କରିବେ ବୋଲି ଦୃଢ ବିଶ୍ୱାସ ରହିଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ରଖୁଥିବା ସମ୍ଭାବ୍ୟ ଅପେକ୍ଷାକୁ ମଧ୍ୟ ପୂରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ରଥଯାତ୍ରା ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ରାଜ୍ୟ ସରକାର, ଛତିଶାନିଯୋଗ,ସେବାୟତ ଏବଂ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ପ୍ରାଥନା ଓ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.

15 − 10 =

error: Content is protected !!
Open chat