ପତଞ୍ଜଳିକରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ

0 268
greentech

ନୂଆଦିଲ୍ଲୀ, ୨୩ା୬: ପତଞ୍ଜଳି ଆୟୁର୍ବେଦ ଦ୍ୱାରାକରୋନା ଔଷଧ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ବିଜ୍ଞାପନରେ ଦାବିର ସତ୍ୟତା ଜାରି ନଥିବା ସ୍ପଷ୍ଟ କରିଛି ଆୟୁଷ ମନ୍ତ୍ରାଳୟ । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ ତଲବ କରିଛି ବିଭାଗ । କେନ୍ଦ୍ରୀୟ ସଂସ୍ଥାଦ୍ୱାରା ଔଷଧର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପର୍ଯ୍ୟନ୍ତ ଔଷଧର ବିଜ୍ଞାପନ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ଔଷଧର ମଞ୍ଜୁରି ପତ୍ର ଦାଖଲ ପାଇଁ ଉତ୍ତରାଖଣ୍ଡ ସରକାରଙ୍କୁ ବି ନିର୍ଦ୍ଦେଶ ଦିଆଯାଇଛି । କରୋନା ପାଇଁ ୨ହଜାର ଔଷଧ ପ୍ରସ୍ତୁତ କରିଥିବା ପତଞ୍ଜଳିର ଦାବି ହୋଇଛି । ଗଣମାଧ୍ୟମରେ ପତଞ୍ଜଳିଏମଡ଼ି ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି । କରୋନା ମୁକାବିଲା କରିବା ପାଇଁ ଉଭୟ ଚିକିତ୍ସା ଓ ପ୍ରତିଷେଧକ ଔଷଧ କରୋନିଲ ପ୍ରସ୍ତୁତ କରିଛି ପତଞ୍ଜଳି । ସୋମବାରଠୁ ଲୋକଙ୍କୁ ଅନଲାଇନଅର୍ଡ଼ର କରିବାକୁ କହୁଛନ୍ତି ବାଳକୃଷ୍ଣ ।

Leave A Reply

Your email address will not be published.

8 + 15 =

error: Content is protected !!
Open chat