ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏସ.‌କେ.ସାଇନିଙ୍କ ଆଶ୍ୱାସନା: “ଭାରତୀୟ ସେନା ସ୍ୱଦେଶୀ ଅସ୍ତ୍ରରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି”

0 468
greentech

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ସ୍ୱଦେଶ ନିର୍ମିତ ଅସ୍ତ୍ରଶସ୍ତ୍ର ଦ୍ୱାରା ସେନା ବାହିନୀ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ‘ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍‌ ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି’ର (ଏଫ୍‌ଆଇସିସିଆଇ) ୱେବିନର୍‌ରେ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ୍‌ ଜେନେରାଲ୍ ଏସ୍‌କେ ସାଇନି କହିଛନ୍ତି।

ଶିଳ୍ପଗୁଡ଼ିକୁ ସାଇନି ଭରସା ଦେଇ କହି‌ଛନ୍ତି ଯେ, ‘ମେକ୍ ଇନ୍‌ ଇଣ୍ଡିଆ’ ଯୁଦ୍ଧ ସାମଗ୍ରୀ ଉପଯୋଗ ନିମନ୍ତେ ସେନାର ପ୍ରତିବଦ୍ଧତା ଉପରେ ସନ୍ଦେହ କରିବାର ଅବକାଶ ନାହିଁ। ସ୍ଥାନୀୟ ଉତ୍ପାଦିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସେନା ଲଢ଼ିବାକୁ ପ୍ରସ୍ତୁତ ହୋଇ ରହିଛି। କିନ୍ତୁ, ସେ ଅସ୍ତ୍ରଶସ୍ତ୍ର ସବୁ କଠୋର ମାନକ ପରୀକ୍ଷା କରାଯିବା ଏବଂ ଡେଲିଭରି ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ସୀମା ମଧ୍ୟରେ ମିଳିବା ଆବଶ୍ୟକ। ସେ କହିଛନ୍ତି ଯେ, ନିରାପତ୍ତା ଆହ୍ୱାନର ସମ୍ମୁଖୀନ ହେବା ନିମନ୍ତେ ସ୍ୱଦେଶୀ ସାମର୍ଥ୍ୟ ବିକାଶ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ, ସଙ୍କଟ ସମୟରେ ଅନ୍ୟ ଦେଶମାନଙ୍କ ଦ୍ୱାରା ବିକଶିତ ଜ୍ଞାନକୌଶଳ ଉପଲବ୍ଧ ହୋଇ ନ ପାରେ କିମ୍ବା ଭାରତର ସାମରିକ ସ୍ୱାଧୀନତା ବିନିମୟରେ ତାହା ମିଳିପାରେ।

ଏଠାରେ ସୂଚନାଯୋଗ୍ୟ କି, ତୃତୀୟ ପିଢ଼ିର କମାଣ-ବିରୋଧୀ ଗାଇଡେଡ୍‌ କ୍ଷେପଣାସ୍ତ୍ର, ପଦାତିକ ବାହିନୀ ନିମନ୍ତେ ଉନ୍ନିତ ଯୁଦ୍ଧଯାନ, ଉନ୍ନତମାନର ଆଗ୍ନେୟାସ୍ତ୍ର, କମାଣ ଆଗ୍ନେୟାସ୍ତ୍ର, ଡ୍ରୋନ୍ ବିଧ୍ବଂସୀ ସିଷ୍ଟମ୍ ଏବଂ ବିଭିନ୍ନ ପ୍ରକାରର ରେଡାର୍‌ ଆଦି ଦେଶୀୟ ଶିଳ୍ପ ଦ୍ବାରା ନିର୍ମାଣ କରାଇବାକୁ ସେନା ଯୋଜନା କରୁଛି।

Leave A Reply

Your email address will not be published.

one × four =

error: Content is protected !!
Open chat