ସେନା କର୍ମଚାରୀଙ୍କୁ ଫୋନରୁ ଫେସବୁକ୍, ଇନଷ୍ଟାଗ୍ରାମ ସମେତ ୮୯ଟି ଆପ୍ସକୁ ଡିଲିଟ ପାଇଁ ନିର୍ଦେଶ

0 375
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭: ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ୮୯ଟି ଆପକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୫ ସୁଦ୍ଧା ସମସ୍ତେ ଯେପରି ଏଗୁଡ଼ିକୁ ଡିଲିଟ୍‌ କରିବେ, ସେନେଇ ସେନା ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହି ଆପ୍‌ଗୁଡ଼ିକ ଦ୍ୱାରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସେନା ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟ କରିବେ ନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହ କରାଯିବାର ଚେତାବନୀ ଦିଆଯାଇଛି। ଏହି ୮୯ଟି ଆପ୍‌ ମଧ୍ୟରେ ଚାଇନାର ଟିକଟକ ସହ ୫୯ଟି ଆପ ରହିଛି।

ସେନାର ଜଣେ ଅଧିକାରୀ କହିଛନ୍ତି, “ପାକିସ୍ତାନ ଓ ଚାଇନାର ଗୁଇନ୍ଦା ବିଭାଗ ସଦସ୍ୟମାନେ ଅନଲାଇନ ଦ୍ୱାରା ଭାରତୀୟ ଯବାନଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସଂଖ୍ୟାଗୁଡ଼ିକ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଯବାନ ଓ ଅଧିକାରୀମାନଙ୍କୁ ଫେସବୁକ, ଇନଷ୍ଟ୍ରାଗ୍ରାମ, ଟିକଟକ, ଟ୍ରୁ କଲର ଭଳି ୮୯ଟି ଆପ ଡିଲିଟ କରିବାକୁ କୁହାଯାଇଛି।”

ଏହାପୂର୍ବରୁ ନଭେମ୍ବର ମାସରେ ଅଫିସିଆଲ କାମ ପାଇଁ ହ୍ୱାଟସଆପ ବ୍ୟବହାର ନ କରିବାକୁ ସେନା ପକ୍ଷରୁ ଯବାନମାନଙ୍କୁ କୁହାଯାଇଥିଲା। ଦୁଇରୁ ୩ ବର୍ଷ ହେଲାଣି ପାକିସ୍ତାନ ପକ୍ଷରୁ ମହିଳାଙ୍କ ଦ୍ୱାରା ଭାରତୀୟ ଯବାନ ଓ ଅଧିକାରୀଙ୍କୁ ଫସା ଯାଉଛି। ଏହାପରେ ସେମାନେ କୌଶଳକ୍ରମେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିନେଉଛନ୍ତି।

Leave A Reply

Your email address will not be published.

12 + 15 =

error: Content is protected !!
Open chat