ସ୍କୁଲଗୁଡିକରେ ଫି’ ଛାଡ ମାମଲାରେ ହାଇକୋର୍ଟଙ୍କ ରାୟକୁ ଓଡ଼ିଶା ଅଭିଭାବକ ମହାସଂଘ(ଓଏଏମ୍‌)ର ସ୍ୱାଗତ

0 577
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୨/୦୯: କରୋନା ମହାମାରୀ କାରଣରୁ ସ୍କୁଲଗୁଡିକରେ ଫି’ ଛାଡ ମାମଲାର ମଙ୍ଗଳବାର ରାୟ ଶୁଣାଇଛନ୍ତି ହାଇକୋର୍ଟ । ଆପୋଷ ସମାଧାନ କରି ଏସମ୍ପର୍କରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛି ଓଡ଼ିଶା ଅଭିଭାବକ ମହାସଂଘ (ଓଏଏମ୍‌) ।

ସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, କରୋନା ମହାମାରୀ ସମୟରେ ଘରୋଇ ସ୍କୁଲଗୁଡିକ ଫି ଆଦାୟକୁ ନେଇ ସଂଘ ପକ୍ଷରୁ ଆଗତ ମାମଲାରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଆଜି କରିଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କ ମଧ୍ୟସ୍ଥତାରେ ଏକ ବୈଠକ ବସି ଏହି ସମସ୍ୟାର ସମାଧାନ କରାଯିବ । ଓଡିଶା ଅଭିଭାବକ ମହାସଂଘ, ପ୍ରାଇଭେଟ୍‌ ସ୍କୁଲ ମାଲିକ ସଂଘ, ପ୍ରାଇଭେଟ ସ୍କୁଲ ଶିକ୍ଷକ ସଂଘ, ମୁସ୍ତାକ ଅନସାରୀ ଓ ପ୍ରହ୍ଲାଦ ରାଉତଙ୍କୁ ନେଇ ଆଲୋଚନା ହେବ । ଯଦି ଏଥିରେ ସହମତି ନହୁଏ ତେବେ ସମସ୍ତ ତଥ୍ୟକୁ ଅନୁଧ୍ୟାନ କରି ହାଇକୋର୍ଟ ନିଷ୍ପତ୍ତି ଶୁଣାଇବେ ।

ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି, ଅଭିଭାବକ ଓ ସ୍କୁଲ ପରସ୍ପର ପରିପୂରକ । ଉଭୟଙ୍କ ସହଭାଗିତାରେ ସ୍କୁଲ ଚାଲେ । ପୂର୍ବରୁ ସ୍କୁଲର ସମସ୍ତ କଥାକୁ ଅଭିଭାବକ ସମର୍ଥନ କରି ଆସିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ମହାମାରୀ ସମୟରେ ସ୍କୁଲ ଅଭିଭାବକମାନଙ୍କ ଅବସ୍ଥାକୁ ଅନୁଧ୍ୟାନ କରିବା ଉଚିତ୍‌ । ସ୍କୁଲ ବି ଖୋଲାନାହିଁ, କେବଳ ଅନ୍‌ଲାଇନ୍‌ରେ କ୍ଲାସ୍‌ ହେଉଛି । ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିଛି । ଏ ସମୟରେ ସ୍କୁଲଗୁଡିକ ଫି ଆଦାୟ କରୁଛନ୍ତି । କିନ୍ତୁ କରୋନା ପାଇଁ ବହୁ ଅଭିଭାବକଙ୍କ ରୋଜଗାରରେ ବାଧାସୃଷ୍ଟି ହୋଇଥିବାରୁ ଫି ଦେବାରେ ଅସୁବିଧା ହେଉଛି । ତେଣୁ ଏ ସମସ୍ତ ବିଷୟକୁ ବିଚାରକୁ ନେଇ ସମସ୍ତେ ନିଜ ପକ୍ଷ ରଖନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

four − 2 =

error: Content is protected !!
Open chat