ହକିର ଏନ୍ତୁଡିଶାଳ ସୁନ୍ଦରଗଡ଼ ଜିଲ୍ଲାରେ ଖେଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଜୁଏଲ ଓରାମ

0 469
greentech

ସୁନ୍ଦରଗଡ଼,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୭ : ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ହକି ଖେଳର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ହକିର ବିକାଶ ପାଇଁ ଘରୋଇ କରଣ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଘରୋଇ ଉଦ୍ୟୋଗୀମାନେ କିଛି ପ୍ରସ୍ତାବ ଦେଇଛନ୍ତି । ଯାହା ହକିର ବିକାଶ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏଥିସହ ଉନ୍ନତ ମାନର ତାଲିମ ଯୋଗାଇବା ଆଳରେ ସୁନ୍ଦରଗଡ଼ରେ ଥିବା କ୍ରୀଡ଼ା ଉତ୍କର୍ଷ କେନ୍ଦ୍ରକୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଏହା ଫଳରେ ହକି ଛାତ୍ରାବାସର ପ୍ରଦର୍ଶନରେ ଅବନତି ଘଟିଛି। ଏ ବିଷୟରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କ୍ଷୋଭ ପ୍ରକାଶ କରି ଟ୍ୱିଟ ମଧ୍ୟ କରିଛନ୍ତି।

ସୁନ୍ଦରଗଡ ହକିର ଏନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ମାଟିରୁ ଜନ୍ମ ହୋଇ ବହୁ ଖ୍ୟାତିସମ୍ପନ ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିଛନ୍ତି । କିନ୍ତୁ ବଡ ଦୁଃଖର କଥା ଆଜି ପର୍ଯ୍ୟନ୍ତ ଏଠାରେ ଏକ ହକି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହୋଇପାରିନାହିଁ । ତେଣୁ ହକିର ବିକାଶ ପାଇଁ ସୁନ୍ଦରଗଡ଼ରେ ଏକ ତାଲିମ କେନ୍ଦ୍ର ଖୋଳିବା ପାଇଁ ଜୁଏଲ ଓରାମ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେପଟେ ୨୦୧୪ ପୂର୍ବରୁ ସୁନ୍ଦରଗଡ଼ରେ ଥିବା ହକିଖେଳର ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.

6 + 10 =

error: Content is protected !!
Open chat