୨୦୨୧ରେ ବାତିଲ ହେବନି ନିଟ୍‌ ପରୀକ୍ଷା: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ

0 407
greentech

ନୂଆଦିଲ୍ଲୀ,୧୧/୧୨: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଗୁରୁବାର ଏକ ୱେବିନାରରେ ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷ ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯିବ ନାହିଁ । ତେଣୁ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ନିଜର ପ୍ରସ୍ତୁତି କରନ୍ତୁ। ସେହିପରି ସେ ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ନିଟ୍‌କୁ ବାତିଲ କରାଯିବ ନାହିଁ । କିନ୍ତୁ ଜେଇଇ ମେନ୍‌ ପରୀକ୍ଷା ଆୟୋଜନ କରିବାରେ କିଛିଟା ବିଳମ୍ବ ହୋଇପାରେ ।

‘ ଏଜୁକେସନମିନିଷ୍ଟରଗୋଜ୍‌ଲାଇଭ୍‌’ ନାମକ ହ୍ୟାସଟ୍ୟାଗ ବ୍ୟବହାର କରି ଗୁରୁବାର ଅନେକ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ଶିକ୍ଷକ ଏବଂ ଅନ୍ୟ ବର୍ଗର ବ୍ୟକ୍ତିବିଶେଷ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସେମାନେ ଦଶମ, ଦ୍ୱାଦଶ, ନିଟ୍‌ ଏବଂ ଜେଇଇ ପରୀକ୍ଷାକୁ ନେଇ ନିଜର ଚିନ୍ତା ଜାହିର କରିଥିଲେ ।

ଏହି ଅବସରରେ ନିଶଙ୍କ ଘୋଷଣା କରିଥିଲେ ଯେ ନିଟ୍‌ ପରୀକ୍ଷା ବାତିଲ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ । ଏପରି କରାଗଲେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ନଷ୍ଟ ହେବ। ୨୦୨୦ରେ ସରକାର ନିଟ୍‌ ପରୀକ୍ଷା ତିନି ଥର ବାତିଲ କଲା ପରେ ବି ଆୟୋଜନ କରିଥିଲେ। ସରକାର ଚାହିଁଥିଲେ ଏହାକୁ ପୂରା ବାତିଲ କରିପାରିଥାନ୍ତେ । କିନ୍ତୁ ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ସରକାର ଏହି ପରୀକ୍ଷା ଆୟୋଜନ କରିଥିଲେ। ତେଣୁ ୨୦୨୧ ମସିହାରେ ବି ସରକାର ଏପରି କରିବେ । ତେବେ ନିଟ୍‌ ପରୀକ୍ଷାକୁ ଏବେ ଅଫ୍‌ଲାଇନରେ କରାଯାଉଥିଲାବେଳେ କରୋନା ସଂକ୍ରମଣ କାରଣରୁ ଏହାକୁ ଆସନ୍ତା ବର୍ଷ ଅନ୍‌ଲାଇନରେ କରିବାକୁ ବିଚାର କରାଯାଉଛି ।

ବର୍ଷକୁ ଦୁଇ ଥରରୁ ଅଧିକ ଜେଇଇ ମେନ୍‌ ପରୀକ୍ଷା ଆୟୋଜନ କରିବାକୁ କିଛି ମହଲରୁ ପ୍ରସ୍ତାବ ମିଳିଛି । ସରକାର ଏହା ଉପରେ ବିଚାର କରୁଛନ୍ତି । କିନ୍ତୁ କରୋନା ସଂକ୍ରମଣ କାରଣରୁ ୨୦୨୧ରେ ଜେଇଇ ମେନ୍‌ ପରୀକ୍ଷା ଆୟୋଜନରେ କିଛିଟା ବିଳମ୍ବ ହୋଇପାରେ । ସେହିପରି ସରକାର ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ଏହି ଦୁଇ ପରୀକ୍ଷା ବାତିଲ କରାଯିବ ନାହିଁ । ତେଣୁ ଛାତ୍ରଛାତ୍ରୀମାନେ ଏବେଠାରୁ ଏଥିପାଇଁ ପ୍ରସ୍ତୁତି କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

seventeen − fourteen =

error: Content is protected !!
Open chat