+୨ ବିଜ୍ଞାନରେ ଶୂନ୍ୟ ପରୀକ୍ଷାଫଳ : ୧୫ଟି ହାୟର-ସେକେଣ୍ଡାରୀ ସ୍କୁଲକୁ କାରଣ ଦର୍ଶାଅ ନୋଟିସ – ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ୭ ଦିନ ଭିତରେ ଯୁକ୍ତି ଉପସ୍ଥାପନ କରିବାକୁ ନିର୍ଦେଶ

0 398
greentech

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ଗତକାଲି ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ରାଜ୍ୟର ୧୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶୂନ ରେଜଲ୍ଟ କରିଛି। ଶୂନ ରେଜଲ୍ଟ ୧୫ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ନୋଟିସ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। କାହିଁକି ଶୂନ ଫଳାଫଳ ହେଲା ସେ ବାବଦରେ ସାତଦିନ ମଧ୍ୟରେ ଜବାବ ରଖିବାକୁ ଏହି ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଶୂନ ରେଜଲ୍ଟ କରିଥିବା ସ୍କୁଲରେ ଚଳିତବର୍ଷ କାହିଁକି ନାମ ଲେଖା ରଦ୍ଦ କରାନଯିବ ତାର କାରଣ ଦର୍ଶାଇବା ପାଇଁ କୁହାଯାଇଛି । ସେହିସବୁ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ । ୭ ଦିନ ଭିତରେ ଉତର ରଖିବାକୁ ସଂପୃକ୍ତ କଲେଜ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ । ଏଥିସହିତ ଉକ୍ତ ବିଦ୍ୟାଳୟମାନଙ୍କରେ ବିଜ୍ଞାନ ପାଠ୍ୟକ୍ରମକୁ ମଧ୍ୟ କାହିଁକି ରଦ୍ଦ କରା ନ ଯିବ ସେନେଇ ମଧ୍ୟ କାରଣ ଦର୍ଶାଇବାକୁ ଏହି ନୋଟିସରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତକାଲି  ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ଏଥିରେ ଭଦ୍ରକ ଜିଲାର ନୟନମଣି ୱିମେନ୍ ହାୟର ସେକେଣ୍ଡାରୀ ସ୍କୁଲ, ବଲାଙ୍ଗୀର ଜିଲାର ସୁଶ୍ରୀ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଚୂଡ଼ାପାଲିସ୍ଥିତ ସରକାରୀ (ଏସଏସଡ଼ି) ହାୟର ସେକେଣ୍ଡାରୀ ସ୍କୁଲ, ସୋନପୁରସ୍ଥିତ ପଦ୍ମିନୀ ଦେବୀ ହାୟର ସେକେଣ୍ଡାରୀ ସ୍କୁଲ, ଗଞ୍ଜାମର କୃଷ୍ଣ ଇଣ୍ଟରନେସନାଲ ରେସିଡ଼େନ୍ସିଆଲ ସ୍କୁଲ, ବୃନ୍ଦାବନ ପାଣ୍ଡି ୱିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ, କୋଦଳାର ଏସ୍ଆରବିଡ଼ି  ଆବାସିକ ବିଜ୍ଞାନ ହାୟର ସେକେଣ୍ଡାରୀ ସ୍କୁଲ, କଳାହାଣ୍ଡି ଜିଲାର ବିଜୁ ପଟ୍ଟନାୟକ ହାୟର ସେକେଣ୍ଡାରୀ ସ୍କୁଲ (ଗରଗବ), ମୟୂରଭଞ୍ଜ ଜିଲାର ୨ଟି ସ୍କୁଲ ଉପେନ୍ଦ୍ରନାଥ ହାୟର ସେକେଣ୍ଡାରୀ ସ୍କୁଲ ଓ ଉଦଳାର ବ୍ରିଲିଆନ୍ସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଫୁଲବାଣୀର କେ.ବି.ଏଚ୍ ରେସିଡ଼େନ୍ସିଆଲ ସ୍କୁଲ, ଖୋର୍ଧା ଜିଲା ପଟିଆର ସୁବାସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ପୁରୀର ଭିଜନ ରେସିଡ଼େନ୍ସିଆଲ ସ୍କୁଲ, ଝାରସୁଗୁଡ଼ା ଜିଲା କୁମାରବନ୍ଧର ପଞ୍ଚାୟତ ଆଞ୍ଚଳିକ ହାୟର ସେକେଣ୍ଡାରୀ ସ୍କୁଲ, ସୁନ୍ଦରଗଡ଼ ଜିଲା ଗୋବରାର ଆରଆଇଟି ହାୟର ସେକେଣ୍ଡାରୀ ସ୍କୁଲର ଫଳାଫଳ ଶୂନ ରହିଥିଲା । ଏହି ସ୍କୁଲଗୁଡ଼ିକର ଜଣେ ବି ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ଥିଲେ । ତେଣୁ ଏହାକୁ ନେଇ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗତକାଲି ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ। ୧୫ଟି ସ୍କୁଲ ଶୂନ ଫଳାଫଳ କରିଥିଲା। ଏ ବର୍ଷ ପାସହାର ରହିଥିଲା ୭୦.୨୧ ପ୍ରତିଶତ। ଛାତ୍ରୀଙ୍କୁ ପଛରେ ପକାଇ ପାସହାରରେ ଛାତ୍ର ରହିଥିଲେ ଆଗରେ। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସହାର ରହିଥିବା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ପାସହାର ରହିଥିଲା। ସେହିପରି ୧୫ଟି ସ୍କୁଲରେ ଶୂନ ରେଜଲ୍ଟ ହୋଇଥିଲା। ପୂର୍ବବର୍ଷ ୯ଟି ସ୍କୁଲରେ ଶୂନ ରେଜଲ୍ଟ ହୋଇଥିଲା। ଶୂନ ଫଳାଫଳ କରିଥିବା ସ୍କୁଲକୁ ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରିବ ବୋଲି ବିଦ୍ୟଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। ଆଜି ସଂପୃକ୍ତ ସ୍କୁଲର ଅଧ୍ୟକ୍ଷମାନଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଛି।

Leave A Reply

Your email address will not be published.

17 + fourteen =

error: Content is protected !!
Open chat