![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮ : ସାରା ବିଶ୍ୱ ମହାମାରୀ କରୋନା ଭାଇରସକୁ ମାତ ଦେଇପାରୁ ଥିବା ଟିକା ବାହାର କରିବାରେ ଲାଗିଛି। ଏହି ଟିକା ବାହାର କରିବା ରେସରେ ଭାରତ ମଧ୍ୟ ପଛରେ ପଡ଼ିନାହିଁ। ଭାରତରେ ୩ଟି କରୋନା ଟିକାର ମାନବ ପରୀକ୍ଷଣ ଭିନ୍ନଭିନ୍ନ ଷ୍ଟେଜରେ ରହିଥିବା ଆଜି ଆଇସିଏଆର ପକ୍ଷରୁ ସୂଚନା ଦିଆଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/08/download-28.jpeg?resize=467%2C262&ssl=1)
ଆଇସିଏମଆର ଡିଜି ଡା ବଳରାମ ଭାର୍ଗବ କହିଛନ୍ତି, ଭାରତରେ ବର୍ତ୍ତମାନ ୩ଟି ଟିକାର ପରୀକ୍ଷା ଜୋରସୋରରେ କରାଯାଉଛି। ଏହି ୩ଟି ଟିକା ମଧ୍ୟରୁ ଦୁଇଟି ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି କରାଯାଇଛି। ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ, ଭାରତ ବାୟୋଟେକର କୋଭାକ୍ସିନ ଓ Zydus Cadila’s ZyCoV-D କରୋନା ଟିକାର ମାନବ ପରୀକ୍ଷଣ ଭାରତରେ କରାଯାଉଛି।
![](https://kalingajyoti.com/wp-content/uploads/2020/08/download-2-1.png)
ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ପ୍ରସ୍ତୁତ କରିଥିବା କରୋନା ଟିକାର ପ୍ରଡକ୍ସନ ଦାୟିତ୍ୱ ସେରମ ଇନଷ୍ଟିଚ୍ୟୁଟ ନେଇଛି। ଏହି ଟିକାର ଫେଜ-୨(ବି) ଓ ଫେଜ-୩ ଟ୍ରାଏଲ ଭାରତରେ ଆରମ୍ଭ ହୋଇଛି। ଏଥିରେ ୧୭୦୦ ଲୋକ ସାମିଲ ହୋଇଛନ୍ତି। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ଟିକାର ଫେଜ-୨ ଟ୍ରାଏଲ ଖୁବଶୀଘ୍ର ଆରମ୍ଭ ହେବ।
![](https://i0.wp.com/kalingajyoti.com/wp-content/uploads/2020/08/images-17.jpeg?resize=501%2C281&ssl=1)
ସେହିପରି Zydus Cadila’s ZyCoV-D ଟିକାର ଫେଜ-୨ ଟ୍ରାଏଲ ୫୦ ଜଣଙ୍କ ଉପରେ କରାଯାଇଛି। କମ୍ପାନୀ ଆହୁରି ଅନେକ ଲୋକଙ୍କୁ ପଞ୍ଜୀକରଣ କରାଇ ସେମାନଙ୍କ ଉପରେ ଟିକାର ଫେଜ-୨ ଟ୍ରାଏଲ କରିବ।
ତେଣୁ ୧୭୫୦ ଜଣ ଲୋକ ଏବେ କରୋନା ଟିକା ନେଇ ପରୀକ୍ଷା ମଧ୍ୟରେ ରହିଛନ୍ତି। ତେଣୁ ଖୁବଶୀଘ୍ର ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି ସେ କହିଛନ୍ତି।
![](https://kalingajyoti.com/wp-content/uploads/2020/08/download-23.jpeg)
ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରୁଷ ବାହାର କରିଥିବା ସ୍ପୁଟନିକ-ଭି କରୋନା ଟିକା ସମ୍ପର୍କରେ ମତ ରଖିଛନ୍ତି। ରୁଷ ପୂର୍ବରୁ ହିଁ ସ୍ପୁଟନିକ-ଭି ଟିକାକୁ ଭାରତ ସହ ମିଶି ଉତ୍ପାଦନ କରିବାକୁ ଇଚ୍ଛା ପ୍ରକାଶ କରିଥିଲା।
![](https://i0.wp.com/kalingajyoti.com/wp-content/uploads/2020/08/download-25.jpeg?resize=505%2C283&ssl=1)
ଏହା ଉପରେ ରାଜେଶ କହିଛନ୍ତି, ଆମେ ଯଦି ସ୍ପୁଟନିକ-ଭି କଥା ବିଚାରକୁ ନେବା, ତା’ହେଲେ ଭାରତ ଓ ରୁଷ ମଧ୍ୟରେ ଆଲୋଚନା ଚାଲିଛି। ଆଲୋଚନା ଶେଷ ହେବା ପରେ ଏହା ଉପରେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।