ମୋଦି ମୋର ଭଲ ବନ୍ଧୁ, ଆମେରିକାର ଭାରତୀୟ ମାନେ ମୋତେ ହିଁ ଭୋଟ ଦେବେ : ଟ୍ରମ୍ପ

0 490
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୯ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସରତ ଅଛନ୍ତି । ମୋଦି ତାଙ୍କର ଭଲ ବନ୍ଧୁ ଏବଂ ଆମେରିକାର ଭାରତୀୟ ମାନେ ତାଙ୍କୁ ହିଁ ଭୋଟ କରିବେ ବୋଲି ଟ୍ରମ୍ପ ଶୁକ୍ରବାର ମତ ଦେଇଛନ୍ତି । ଆସନ୍ତା ନଭେମ୍ବର 3ରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କୁ ପରାଜିତ କରିବା ନେଇ ଟ୍ରମ୍ପ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମୋଦି ଭଲ କାମ କରୁଛନ୍ତି ବୋଲି ମତ ଦେବା ସହିତ ସେପ୍ଟେମ୍ବରରେ ମୋଦିଙ୍କ ସହିତ ହାଉଡି ମୋଦିର ଅନୁଭବ ସମ୍ପର୍କରେ ବର୍ଣ୍ଣନା କରିଥିଲେ ଟ୍ରମ୍ପ । ହଷ୍ଟନର ଏନଆରଜି ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ମାନେ ଅତ୍ୟନ୍ତ ଉତ୍ସାହର ସହିତ ଯୋଗ ଦେଇଥିଲେ ।

ପୂର୍ବରୁ ଭାରତୀୟ ଭୋଟର ମାନେ ଡେମୋକ୍ରାଟିକ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ବେଳେ ହାଉଡି ମୋଦି କାର୍ଯ୍ୟକ୍ରମ ପରେ ଭାରତୀୟ ଭୋଟର ଧୀରେ ଧୀରେ ରିପବ୍ଲିକାନ ଦଳ ଆଡକୁ ଆକର୍ଷିତ ହେଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଏଏପିଆଇ ତଥ୍ୟ ଅନୁଯାୟୀ 85ପ୍ରତିଶତ ଭାରତୀୟ ଭୋଟର ଡେମୋକ୍ରାଟିକ ଦଳକୁ ଭୋଟ ଦେଇଥିଲେ । ଆମେରିକାରେ ପ୍ରାୟ 1 ପ୍ରତିଶତ ଭାରତୀୟ ନାଗରିକ ରହିଥିବା ବେଳେ ଉଭୟ ଦଳଙ୍କ ପକ୍ଷରୁ ଭାରତୀୟ ଭୋଟରଙ୍କୁ ଆକର୍ଷିତ କରିବାର ପ୍ରୟାସ କରାଯାଉଛି ।

ଡେମୋକ୍ରାଟିକ ଦଳ ପକ୍ଷରୁ କମଲା ହ୍ୟାରିସଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ମିଚିଗାନ, ପେନସିଲଭାନିଆ ଏବଂ ଓହିଓରେ ମୁକାବିଲା ଜୋରଦାର ହେବା ନେଇ ଅନୁମାନ କରାଯାଉଛି ।

Leave A Reply

Your email address will not be published.

1 × 4 =

error: Content is protected !!
Open chat