![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୧୦: ଭଦ୍ରକ ଜିଲ୍ଲା ଆଖମଣ୍ଡଳମଣୀ ପୀଠସ୍ଥ ଆରଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସନ୍ତା ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି ।
![](https://i0.wp.com/kalingajyoti.com/wp-content/uploads/2020/10/aradi-1.jpg?resize=960%2C720&ssl=1)
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ନୂତନଭାବେ ନିଯୁକ୍ତି ପାଇଥିବା ଯୋଗ ଡାକ୍ତରଙ୍କ ନିକଟରେ କରୋନା ସଂକ୍ରମଣ ଦେଖା ଦେବା ଫଳରେ ମେଡିକାଲର ଡାକ୍ତର ଟି. ମହାନ୍ତି ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜଙ୍କୁ ଖବର ଦେଇଥିଲେ । ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଆରଡ଼ି ସ୍ଵାସ୍ତ୍ୟକେନ୍ଦ୍ରକୁ ସଟଡାଉନ ଘୋଷଣା କରାଯାଇଛି । ଏହା ସହ ସ୍ୱାସ୍ଥ୍ୟ କେନ୍ଦ୍ରକୁ କୌଣସି ରୋଗୀ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି।