![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ୍। ଲୋକଙ୍କୁ ସାହାଯ୍ୟ କରି ପୁଣି କୋଟି କୋଟି ଭାରତୀୟଙ୍କ ମନ କିଣିଛନ୍ତି ସୋନୁ। କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଗରିବଙ୍କ ପାଇଁ ଭଗବାନ ପାଲଟିଥିବା ସୋନୁ ଏବେ ପୁଣି ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଆର୍ଥିକ ସମସ୍ୟା ଥିବା ଲୋକଙ୍କୁ ଚାକିରି ଦେବା, ପାଠ ପଢ଼ାରୁ ବଞ୍ଚିତ ହେଉଥିବା ପିଲାଙ୍କୁ ଛାତ୍ରବୃତ୍ତି ଦେବା ଭଳି ଅନେକ ପ୍ରଶଂସନୀୟ କାମ କରିିଥିବା ସୋନୁ ଏବେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବେ ବୋଲି ଜଣା ପଡ଼ିଛି। ରବିବାର ଦିନ ଇନଷ୍ଟାଗ୍ରାମରେ ଅଭିନେତା ତାଙ୍କର ନୂତନ ଅଭିଯାନ “ଖୁଦ କମାଓ ଘର ଚଲାଓ” ଆରମ୍ଭ କରିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/12/navbharat-times.jpg?resize=590%2C443&ssl=1)
“ମୁଁ ଗତ କିଛି ମାସ ମଧ୍ୟରେ ଲୋକଙ୍କଠାରୁ ବହୁତ ଭଲ ପାଇବା ପାଇଛି ଏବଂ ଏହା ମୋତେ ସେମାନଙ୍କୁ ଆହୁରି ଅଧିକ ସାହାଯ୍ୟ କରିବାକୁ ପ୍ରେରଣା ଦେଇଛି। ତେଣୁ ମୁଁ “ଖୁଦ କମାଓ ଘର ଚଲାଓ” ଅଭିଯାନ ଆରମ୍ଭ କରିଛି। ମୁଁ ବିଶ୍ୱାସ କରେ ଅନ୍ୟ ସୁବିଧା ଅପେକ୍ଷା ଚାକିରିର ସୁଯୋଗ ଯୋଗାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ। ମୁଁ ନିଶ୍ଚିତ ଯେ ଏହି ପଦକ୍ଷେପ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବ ଏବଂ ପୁନର୍ବାର ସେମାନଙ୍କୁ ନିଜ ଗୋଡ଼ରେ ଠିଆ ହେବାରେ ସାହାଯ୍ୟ କରିବ ବୋଲି ଅଭିନେତା ସୋନୁ ସୁଦ୍ ଇନଷ୍ଟାରେ ଲେଖିଛନ୍ତି।
![](https://kalingajyoti.com/wp-content/uploads/2020/12/jezza-e-rickshaw-500x500-1.jpg)
ଏହା ପୂର୍ବରୁ ସୋନୁ ସୁଦ ପ୍ରବାସୀ ରୋଜଗର ଆପ୍ ଲଞ୍ଚ କରିଥିଲେ, ଯାହା ଜରିଆରେ କୋଭିଡ ମହାମାରୀ ଯୋଗୁଁ ଚାକିରି ହରାଇଥିବା ଲୋକଙ୍କ ପାଇଁ ପ୍ରାୟ ୫୦,୦୦୦ରୁ ଅଧିକ ଚାକିରି ସୁଯୋଗ ସୃଷ୍ଟି କରିଥିଲା।