କୁଲ୍ପି – ପଶ୍ଚିମ ବଙ୍ଗ ବିଜେପି ପ୍ରମୁଖ ଦିଲୀପ ଘୋଷ ବିସ୍ଫୋରକ ବୟାନ ଦେଇଛନ୍ତି । ବୁଧବାର ଦିନ ଶାସନରେ ଥିବା ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ କୋଭିଡ-୧୯ ଠାରୁ ମଧ୍ୟ ବିପଦପୂର୍ଣ୍ଣ ଭାଇରସ୍ ଭାବେ ଦର୍ଶାଇଛନ୍ତି । ଘୋଷ ବୁଧବାର ଦିନ ସେ କହିଛନ୍ତି, ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହାକୁ ଶେଷ କରିବା ପାଇଁ ବିଜେପି ଟିକା ସଦୃଶ କାମ କରିବ। ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷଙ୍କର ଏହି କଥା ଏମିତି ସମୟରେ ଆସିଛି , ଯେବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରୀୟ ମନ୍ତ୍ରୀ ଅମିତ୍ ଶାହଙ୍କ ଗସ୍ତ ପରେ ବଙ୍ଗଳାରେ ପଲିଟିକାଲ ତାପମାତ୍ରା ବଢ଼ି ଯାଇଛି।
ଦକ୍ଷିଣ ୨୪ ପରଗନା ଜିଲ୍ଲାର କୁଲପିରେ ଏକ ରାଲିକୁ ସମ୍ୱୋଧିତ କରି ଘୋଷ କହିଛନ୍ତି କି, ଯଦି ତାଙ୍କର ପାର୍ଟି ଶାସନକୁ ଆସେ ତ ସେ ବିଜେପି ଓ ଅନ୍ୟ ବିପକ୍ଷ କାର୍ଯ୍ୟକର୍ତ୍ତାଙ୍କ ଉପରେ ଥୁଆ ହୋଇଥିବା ମିଛ ମାମଲାକୁ ଫେରେଇ ନିଆଯିବ । ତୃଣମୂଳର କାର୍ଯ୍ୟକର୍ତ୍ତାଙ୍କୁ ରାଜନୀତିକ ବିରୋଧିଙ୍କ ବିରୋଧରେ ଅତ୍ୟଧିକ କରିବା ନେଇ କଡ଼ା ପଦକ୍ଷେପ ନିଆଯିବ।
ଘୋଷଙ୍କ ମୁତାବିକ୍ , ଟିଏମ୍ସି କୋଭିଡ-୧୯ଠାରୁ ମଧ୍ୟ ଅଧିକ ବିପଦପୂର୍ଣ୍ଣ ଭାଇରସ୍ ଅଟେ । ପଶ୍ଚିମ ବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନରେ ବିଜେପି ଟିକା ଟିଏମ୍ସି ଭାଇରସ୍କୁ ଶେଷ କରିଦେବ । ବଙ୍ଗଳାର ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ବର୍ଷ ଅପ୍ରେଲ୍-ମଇରେ ନିର୍ବାଚନ ହେବାର ଆଶା ରହିଛି ।