ନୂଆଦିଲ୍ଲୀ ୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜିନୋମ ସିକ୍ଵେନ୍ସିଂ ବିଜ୍ଞାନରେ ଭାରତୀୟ ବୈଜ୍ଞାନିକଙ୍କୁ ବଡ଼ ସଫଳତା। ଦୁନିଆରେ ପ୍ରଥମ ଥର ପାଇଁ କାଗଜ ଜରିଆରେ ଏକ ଘଣ୍ଟା ମଧ୍ୟରେ କରୋନା ଭୂତାଣୁର ମ୍ୟୁଟେଶନ ଚିହ୍ନଟ କରିବା ପାଇଁ ଟେକନିକ୍ ବିକଶିତ କରିଛନ୍ତି ଭାରତୀୟ ବୈଜ୍ଞାନିକ। ଏହାର ନାମ ଫେଲୁଦା ରେ ରଖାଯାଇଛି। ଗତ ବର୍ଷ ଫେଲୁଦା ନାମରେ ଯାଞ୍ଚ୍ କିଟ୍ ପ୍ରସ୍ତୁତ କରାଯାଇଥିଲା। ଯାହାକୁ ବହୁ ରାଜ୍ୟରେ ବ୍ୟବହାର କରାଯାଉଛି।
ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ ନୂଆଦିଲ୍ଲୀ ସ୍ଥିତ ଆଇଜିଆଇବି ସଂସ୍ଥାର ବୈଜ୍ଞାନିକ ଚଳିତ ବର୍ଷ ଜାନୁଆରୀରୁ ମେ ମଧ୍ୟରେ ଏହି ରାପିଡ ଭ୍ୟାରିଆଣ୍ଟ ଡିଟେକ୍ସନ ଟେକନିକ ବିକଶିତ କରିଛନ୍ତି। ବିଶେଷ କରି ଜିନୋମ ସିକ୍ଵେନ୍ସିଂରେ ବହୁ ସମୟ ଲାଗିଥାଏ। ଏଥିପାଇଁ ଉନ୍ନତମାନର ଲ୍ୟାବ ମଧ୍ୟ ଆବଶ୍ୟକ। ଭାରତରେ ଏହିଭଳି ଲ୍ୟାବର ସଂଖ୍ୟା କମ୍। ଏବେ ୧୦ଟି ଲ୍ୟାବରେ ସିକ୍ଵେନ୍ସିଂ ହେଉଛି। ଅନ୍ୟ ୧୭ଟି ଲ୍ୟାବରେ ଏହାର ଶୁଭାରମ୍ଭ ହୋଇଛି। ଜିଲ୍ଲା ସ୍ତରରେ ସିକ୍ଵେନ୍ସିଂର ସୁବିଧା ନାହିଁ। ଏଯାଏଁ ଦେଶରେ ୩୭ କୋଟିରୁ ଅଧିକ ସାମ୍ପୁଲ ଟେଷ୍ଟ ହୋଇଛି। ହେଲେ ଏଗୁଡିକ ମଧ୍ୟରୁ କେବଳ ୩୦ ହଜାର ସାମ୍ପୁଲର ସିକ୍ଵେନ୍ସିଂ ହୋଇପାରିଛି। କରୋନାର ଦ୍ଵିତୀୟ ଲହରୀରେ କରୋନାର ଡେଲ୍ଟା ଭ୍ୟାରିଆଣ୍ଟ ସମେତ ବହୁ ପ୍ରକାରର ମ୍ୟୁଟାଣ୍ଟ ସାମ୍ନାକୁ ଆସିଛି।
ବିଶେଷଜ୍ଞ ଦେବଜ୍ୟୋତି ଚକ୍ରବର୍ତ୍ତୀଙ୍କ ଅନୁଯାୟୀ, ଆଇଜିଆଇବି କେ ଡକ୍ଟର ସୌଭିକ ମୈତ୍ରୀ ଏବଂ ଡକ୍ଟର ରାଜେଶ ପାଣ୍ଡେଙ୍କ ତତ୍ଵାବଧାନରେ ଡକ୍ଟର ମନୋଜ କୁମାର, ସ୍ନେହା ଗୁଲାଟୀ ଇତ୍ୟାଦି ମିଶି ସିକ୍ଵେନ୍ସିଂର ସହଜ ପ୍ରକ୍ରିୟା ଜାଣିବା ପାଇଁ ଅଧ୍ୟୟନ କରିଥିଲେ। ଯାହାକି ଏବେ ପୂରଣ ହୋଇଛି। ସିକ୍ଵେନ୍ସିଂ ପାଇଁ ଏଫଏନସିଏସ୍ ୯ ନାମକ ଏକ ଟେକନିକ୍ ଅଛି ଯାହାର ବୟବହାର ପେଲୁଦା ରେ ରେ କରାଯାଇଛି। ସିକ୍ଵେନ୍ସିଂ ପ୍ରକ୍ରିୟା ପାଇଁ ଏକ ଘଣ୍ଟା ସମୟ ଲାଗିବ। ଏହି ଟେକନିକ ସବୁଠାରୁ ସହଜ ଏବଂ ସରଳ ପ୍ରକ୍ରିୟା।
ତେବେ ଏହି ଟେକନିକକୁ କେଉଁଭଳି ବ୍ୟବହାର କରାଯିବ ଏହାର ଯୋଜନା ପ୍ରସ୍ତୁତ କରାଯାଇ ନାହିଁ। ଖୁବ୍ ଶୀଘ୍ର ଏନେଇ ପ୍ରସ୍ତୁତି କରାଯିବ। ଏଥିପାଇଁ ଆଇସିଏମଆର ସହିତ ଅନ୍ୟ ସବୁ ସଂସ୍ଥା ସହ ଆଲୋଚନା ଚାଲିଛି। ଆସନ୍ତା ଏକ ଦୁଇ ମାସ ମଧ୍ୟରେ ଏନେଇ ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି।