ଭୁବନେଶ୍ବର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଜାନୁୟାରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଗୁଡ଼ିକରେ ପୂର୍ବାହ୍ନ ୯ଘଟିକା ଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପାଠପଢା ହେବ।
ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁୟାରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ସମଟିଭ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବିଦ୍ୟାଳୟ ଖୋଲିବା ପାଇଁ ସ୍ଥିରୀକୃତ ଏସଓପି ବିଭାଗ ଦ୍ଵାରା ସୂଚିତ କରାଯିବ। କୋଭିଡ ଗାଇଡ ଲାଇନ ଅନୁସାରେ ଖୋଲିବ ସ୍କୁଲ।