କୁମ୍ଭୀର ଗଣନା ଲାଗି ନୂଆବର୍ଷରୁ ବନ୍ଦ ରହିବ ଭିତରକନିକା, ୧୦ ଦିନ ଯାଏଁ ପର୍ଯ୍ୟଟକଙ୍କ ପ୍ରବେଶ ମନା

0 259
greentech

ରାଜନଗର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବିରଳ ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଭିତରକନିକାରେ କୁମ୍ଭୀର ଗଣନା କରାଯିବ । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେ ଥିବା ନଦୀ ନାଳଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।

ଜାନୁଆରୀ ୨ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ଭିତରକନିକା ବନ୍ଦ ରହିବ । ଜାନୁଆରୀ ୨୦୨୧ ବା ଗତବର୍ଷ ଗଣନା ଅନୁସାରେ ଭିତରକନିକାରେ ୧୭୬୮ଟି ବଉଳା କୁମ୍ଭୀର ଅଛନ୍ତି । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଡା ଯଜ୍ଞଦତ୍ତ ପତି l

Leave A Reply

Your email address will not be published.

thirteen + eighteen =

error: Content is protected !!
Open chat