ସ୍କୁଲ ଖୋଲିବା ନେଇ ଅଗଷ୍ଟରେ ନିଷ୍ପତ୍ତି, କମିପାରେ ଚଳିତ ଶିକ୍ଷା ବର୍ଷର ପାଠ୍ୟକ୍ରମ – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । କ୍ରମାଗତ ଭାବେ ୭ରୁ ୮ଦିନ ହେବ ବହୁ ସଂଖ୍ୟକ କରୋନା ପଜିଟିଭ ରାଜ୍ୟରେ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ଭୟରେ ସ୍କୁଲ ଓ କଲେଜ ମଧ୍ୟ ଖୋଲାଯାଇ ପାରୁ ନାହିଁ । ତେଣୁ ପିଲାଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । ଅଗଷ୍ଟରେ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ସ୍କୁଲ ଖୋଲିବା ଆଧାରରେ ପାଠପଢ଼ା ନିଷ୍ପତ୍ତି ନିଆଯିବ । କେତେ ପ୍ରତିଶତ ପାଠପଢ଼ା ଯିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାରି ମଧ୍ୟରେ ଶିକ୍ଷାବର୍ଷ ପାଠପଢ଼ାକୁ ନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇ କହିଛନ୍ତି ଯେ ଶିକ୍ଷାବର୍ଷ ଜାରି ରହିଲେ ସିବିଏସଇ ଯାହା ନିଷ୍ପତ୍ତି ନେଇଛି ସେନେଇ ବିଚାର ହେବ ।
![](https://i0.wp.com/kalingajyoti.com/wp-content/uploads/2020/07/174dd490-8842-4b42-b445-69f5eeab2668.jpg?resize=565%2C283)
ସିବିଏସଇ ନବମରୁ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମ ୩୦% ହ୍ରାସ ପ୍ରସଙ୍ଗରେ ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି ବୋଲି ସମୀର ଜଣାଇଛନ୍ତି। ୩୦ ଭାଗରୁ ଅଧିକ ପାଠ୍ୟକ୍ରମ କମିପାରେ ବୋଲି ସୂଚନା ଦେଇଛନ୍ତି। ସ୍କୁଲ ଖୋଲିବା ପରେ କେତେ ପ୍ରତିଶତ ପାଠ ପାଢାଯିବ ସେ ନେଇ ନିଷ୍ପତ୍ତି ହେବ । ଖାଲି ୩୦ % ନୁହେଁ ଆବଶ୍ୟକ ପଡିଲେ ତା ଠାରୁ ଅଧିକ ପାଠ୍ୟକ୍ରମ ହ୍ରାସ ହୋଇପାରେ ବୋଲି ସେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ।