ଆସନ୍ତାକାଲି ଠାରୁ ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଗୋଆରେ ଅତି ପ୍ରବଳ ବର୍ଷା ସମ୍ଭାବନା: ଭାରତୀୟ ପାଣିପାଗ ବିଭାଗ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭ : ଓଡ଼ିଶା,ବିହାର, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।
![](https://i0.wp.com/kalingajyoti.com/wp-content/uploads/2020/07/ytutyuyuyu.jpg?resize=376%2C480)
ଏହାଛଡ଼ା ଉତ୍ତର ପ୍ରଦେଶ, ରାଜସ୍ଥାନ, ପଶ୍ଚମ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକ୍କିମ୍, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁ ଓ ପୁଦ୍ଦୁଚେରୀର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
![](https://kalingajyoti.com/wp-content/uploads/2020/07/rtytyt.jpg)
ମଧ୍ୟପ୍ରଦେଶ, ବିଦର୍ଭ ଏବଂ ଛତିଗଡ଼ ଓ ପୂର୍ବ ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମ ବଙ୍ଗ, ଆସାମ, ମେଘାଳୟ, ଗୁଜରାଟ, ଉକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।
![](https://i0.wp.com/kalingajyoti.com/wp-content/uploads/2020/07/1530218377-2688.jpg?resize=566%2C424)
ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଓ ଗୁଜରାଟ-ମହାରାଷ୍ଟ୍ର-କର୍ଣ୍ଣାଟକ ଉପକୂଳରେ ବର୍ଷା ସହ ଘଣ୍ଟାପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବା କଥା ପାଣିପାଗ ବିଭାଗ କହିଛି।