ଭାରତୀୟ ଆଣ୍ଟିଜେନ ଟେଷ୍ଟିଂ କିଟକୁ ମିଳିଲା ଆଇସିଏମଆରର ମଞ୍ଜୁରୀ, ୩୦ ମିନିଟରେ ଆସିବ ରେଜଲ୍ଟ

0 275
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : କରୋନା ଟେଷ୍ଟ କିଟ ‘ପେଥୋକେଚ୍ କୋଭିଡ୍-୧୯ ଆଣ୍ଟିଜେନ ଟେଷ୍ଟିଂ କିଟ’କୁ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଗତ କାଲି ଏହି ଟେଷ୍ଟିଂ କିଟକୁ ଅନୁମୋଦିତ କରିଛି। ଏହା ହେଉଛି ସଂପୂର୍ଣ୍ଣରୂପେ ଭାରତରେ ତିଆରି ଟେଷ୍ଟିଂ କିଟ।

ଏହି କିଟକୁ ପ୍ରସ୍ତୁତ କରିଛି ‘ମାଇଲ୍ୟାବ୍ ଡିସ୍କଭରି ସାଲ୍ୟୁଶସ୍’। ଏହି କିଟର ଦାମ ପାଖାପାଖି ୪୫୦ ଟଙ୍କା ରହିଛି। କରୋନା ଟେଷ୍ଟ ପାଇଁ ପ୍ରାୟତଃ ବିଦେଶୀ ଟେଷ୍ଟିଂ କିଟ୍ ଉପରେ ନିର୍ଭର କରାଯାଉଛି।

ତେବେ ଶସ୍ତା ଦରରେ ନିଜ ଦେଶରେ କରୋନା ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିବାର କ୍ଷମତାକୁ ବଢ଼ାଇବା ମାଇଲ୍ୟାବ୍ ଟିମ୍ ଯଥାସମ୍ଭବ ଚେଷ୍ଟା କରୁଛି ବୋଲି କହିଛନ୍ତି ଏହାର ସଞ୍ଚାଳକ ହସମୁଖ ରାଓ୍ୱଲ୍।

ଆଣ୍ଟିଜେନ ଟେଷ୍ଟିଂ କିଟକୁ ମଞ୍ଜୁରୀ ମିଳିବା ପରେ ବର୍ତ୍ତମାନ ସଂପୂର୍ଣ୍ଣ କୋଭିଡ୍-୧୯ ସ୍ପେକ୍ଟ୍ରମକୁ କଭର କରିବାକୁ ଲକ୍ଷ୍ୟ ରଖିଛନ୍ତି ହସମୁଖ। ଦେଶରେ କାୟା ମେଲାଇଚାଲିଛି କରୋନା। ବର୍ତ୍ତମାନ ଭାରତରେ ସମୁଦାୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୧୨ ଲକ୍ଷ ପାର କରିଥିଲା ବେଳେ ପ୍ରାୟ ୩୦ ହଜାର ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି।

Leave A Reply

Your email address will not be published.

1 + 10 =

error: Content is protected !!
Open chat