କଟକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: କଟକ- ଭୁବନେଶ୍ୱର ‘ଦ୍ୱୈତ-ନଗରୀ’ରେ ଗଣେଶ ପୂଜା ହେବ କି ନାହିଁ ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଆଜି ଏହି ନିର୍ଦେଶନାମା ଜାରି କରିଛନ୍ତି । ଏହାର ବିଚାର କରି ଗଣେଶ ପୂଜା ଉପରେ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ଉଚ୍ଚ ନ୍ୟାୟାଳୟ ନିର୍ଦେଶନାମା ଜାରି କରିଛନ୍ତି । କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ଦ୍ୱୈତ-ନଗରୀରେ ମଣ୍ଡପରେ ଗଣେଶପୂଜା ଉପରେ ପ୍ରତିବନ୍ଧକ ଲଗାଇଥିଲେ କମିଶନରେଟ ପୁଲିସ । ଏପରିକି ଗଣେଶ ପୂଜା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଥିଲା । ଏହାକୁ ବିରୋଧ କରି କଟକର ବୁଢା ଗଣେଶ ପୂଜା କମିଟି ସଭାପତି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଆଉ ଦିନକପରେ ଅର୍ଥାତ ୨୨ ତାରିଖରେ ଗଣେଶପୂଜା ପଡ଼ୁଛି ।
କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବଡ଼ ଧାର୍ମିକ ଜନସମାଗମ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କମିସନ୍ରେଟ ପୁଲିସ ଭୁବନେଶ୍ୱର ଓ କଟକରେ ସାମୂହିକ ଗଣେଶ ପୂଜା ପାଳନ ଉପରେ ରୋକ ଲଗାଇଥିଲେ। କମିସନରେଟ୍ ପୁଲିସ ପକ୍ଷରୁ ଟ୍ୱିଟ କରାଯାଇ ଏହି ସୂଚନା ଦିଆଯାଇଥିଲା। ଏହା ଫଳରେ ପୂଜା ମଣ୍ଡପମାନଙ୍କରେ ଗଣେଶ ପୂଜା ହୋଇପାରିବ ନାହିଁ । ଏପରିକି ମୁମ୍ବାଇରେ ପ୍ରତିବର୍ଷ ଧୁମ୍ଧାମ୍ରେ ପାଳନ ହେଉଥିବା ଗଣପତି ଉତ୍ସବ ଚଳିତ ବର୍ଷ ଅନୁଷ୍ଠିତ ହେବ ନାହିଁ ବୋଲି କମିସନରେଟ ପକ୍ଷରୁ କୁହାଯାଇଛି। ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଉଛି। ସଂକ୍ରମଣ ହ୍ରାସ ପାଇଁ ନିଆଯାଉଥିବା ନିଷ୍ପତ୍ତିକୁ ପାଳନ କରିବାକୁ କମିସନରେଟ ପୁଲିସ ସମସ୍ତଙ୍କୁ ଅନୁରୋଧ କରିଥିଲେ ।