ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ: ସାଠିବାଙ୍କୁଡ଼ା ଗ୍ରାମର ଗୋଟିଏ ପରିବାରରୁ ୬ କରୋନା ପଜିଟିଭ ଚିହ୍ନଟ – ଓଳଗ ପଞ୍ଚାୟତକୁ ୫ ଦିନ ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ

0 471
greentech

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୨୦/୦୮: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତର ସାଠିବାଙ୍କୁଡ଼ା ଗ୍ରାମରେ ଗୋଟିଏ ପରିବାରର ୬ ଜଣ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଷାଠିବାଙ୍କୁଡ଼ା ଗାଁକୁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ କରାଯାଇଛି । ଏହାସହ ଓଳଗ ପଞ୍ଚାୟତକୁ ମଧ୍ୟ ପାଞ୍ଚଦିନ ପାଇଁ ସଟଡାଉନ ଘୋଷଣା କରିବା ପାଇଁ ଓଳଗ ପଞ୍ଚାୟତ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ ଆଜି, ୨୦ ତାରିଖ ମଧ୍ୟ-ରାତ୍ରିରୁ ଆସନ୍ତା ୨୫ ତାରିଖ ମଧ୍ୟ-ରାତ୍ରି ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।

ସେହିପରି କଣ୍ଟେନମେଣ୍ଟ ଜୋନରେ ଆଜି ଠାରୁ ଟେଷ୍ଟିଂକୁ ଜୋରଦାର କରାଯାଇଛି ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ ଅଧିକ ଟେଷ୍ଟିଂ କରିବା ଆରମ୍ଭ କରିଛନ୍ତି । ଯେହେତୁ, ଗୋଟିଏ ପରିବାରରୁ ୬ ଜଣ ପଜିଟିଭ ବାହାରିଛନ୍ତି, ତେଣୁ ସେହି ପରିବାର ଲୋକେ ଆଉ କାହା କାହା ସହ ମିଳାମିଶା କରିଛନ୍ତି ତାର ମଧ୍ୟ କଣ୍ଟାକ୍ଟଟ୍ରେସିଂ ଆରମ୍ଭ ହୋଇଛି । ଗ୍ରାମର ଗୋଟିଏ ପରିବାରରୁ ୬ ଜଣ ପଜିଟିଭ ଚିହ୍ନଟ ହେବା ପରେ ସାଠିବାଙ୍କୁଡ଼ା ଗ୍ରାମର ଲୋକମାନଙ୍କ ମନରେ ଭୟ ଖେଳିଯାଇଛି । ଏହାସହ ଲୋକମାନେ ସଟଡାଉନକୁ ମାନି ତଥା କଣ୍ଟେନମେଣ୍ଟ ଜୋନ ନିୟମକୁ କଡାକଡି ଭାବେ ପାଳନ କରି ଚାଲିବାକୁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

1 × 3 =

error: Content is protected !!
Open chat