କରୋନା ସଂକ୍ରମିତ ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

0 322
greentech

ପାଟନା ୧୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ବିହାରରେ କରୋନା ଭାଇରସ୍ ସଂକ୍ରମଣ କମିବାର ନାମ ନେଉନାହିଁ । ଏହି ସଂକ୍ରମଣ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପହଞ୍ଚିଛି। ସେହିପରି ଓମିକ୍ରନ୍ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ସୋମବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ସକାଳେ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା, ତେବେ ରିପୋର୍ଟ ନେଗେଟିଭ ଆସିଥିଲା ।

ଏଥିସହିତ, ନୀତିଶଙ୍କର ଆରଟିପିସିଆର ଟେଷ୍ଟ ମଧ୍ୟ କରାଯାଇଥିଲା ଓ ସନ୍ଧ୍ୟାବେଳେ ରିପୋର୍ଟ ଆସିଥିଲା |ଯେଉଁଥିରେ ରିପୋର୍ଟ ପଜିଟିଭ ବୋଲି ଜଣାପଡିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀ ଏବେ ଆଇସୋଲେସନରେ ଅଛନ୍ତି। ସେ ରାଜ୍ୟବାସୀଙ୍କୁ କୋଭିଡ ପ୍ରୋଟୋକଲ ମାନିବାକୁ ନିବେଦନ କରିଛନ୍ତି ।

ସୂଚନା ଥାଉ କି ପ୍ରଥମ ଏବଂ ଦ୍ୱିତୀୟ ତରଙ୍ଗରେ ନୀତିଶ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇନଥିଲେ। ଆଜି ବିହାରର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୋମବାର ରାଜ୍ୟରେ ୪୭୩୭ ନୂତନ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି । ଏହିପରି, ବିହାରରେ କରୋନା ସକ୍ରିୟ ମାମଲା ସଂଖ୍ୟା ୨୦୯୩୮ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

14 − twelve =

error: Content is protected !!
Open chat