BREAKING NEWS: ୨୬ ନମ୍ବର ଜାତୀୟ ରାଜପଥ ଭବାନୀପାଟଣା-ଜୟପୁର ରାସ୍ତା ସିଂଝରଣ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା – ଦୁଇଜଣ ମହିଳା ଓ ଜଣେ ଶିଶୁ କନ୍ୟା ଗୁରତର ଆହତ, ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭବାନୀପାଟଣା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୟପୁର ୨୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ସିଂଝରଣ ପାଖରେ ଓଡି 08 K 0014 ନମ୍ବର ବିଶିିଷ୍ଟ ଏକ ମାରୁତି ସୁଜୁକି କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯାହା ଫଳରେ ଗାଡିଚାଳକ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଦୁଇଜଣ ମହିଳା ଓ ଜଣେ ଶିଶୁ କନ୍ୟା ଗୁରତର ଆହତ ହୋଇଥିବା ଜଣାପଡିଛି ।
![](https://i0.wp.com/kalingajyoti.com/wp-content/uploads/2020/08/kld-1.jpg?resize=472%2C1024&ssl=1)
![](https://kalingajyoti.com/wp-content/uploads/2020/08/klhd-669x1024.jpg)