ଆଉ ୫୪ଟି ଚାଇନିଜ ଆପ୍‍ ରଦ୍ଦ କଲେ କେନ୍ଦ୍ର ସରକାର

0 440
greentech

ନୂଆଦିଲ୍ଲୀ ୧୪/୦୨/୨୦୨୨ କଳିଙ୍ଗ ଜ୍ୟୋତି : ପୁଣି ଥରେ ଦେଶରେ ରଦ୍ଦ ହେଲା ଚାଇନିଜ୍‍ ଆପ। କେନ୍ଦ୍ର ସରକାର ଏଥର ପ୍ରାୟ ୫୪ଟି ଚାଇନିଜ୍‍ ଆପ୍‍ ରଦ୍ଦ କରିଛନ୍ତି। ସମସ୍ତ ଆପ୍‍ ଗୁଡିକର ତାଲିକା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ପଡିନାହିଁ। ମାତ୍ର ସରକାର ସେହି ୫୪ଟି ଆପ୍‍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏହି ଆପ୍‍ ରଦ୍ଦ କରିଛନ୍ତି। ଏହି ସମସ୍ତ ଆପ ଚୀନ ଓ ଅନ୍ୟ ଦେଶମାନଙ୍କୁ ଭାରତୀୟ ବ୍ୟବହାରକାରୀଙ୍କ ଡାଟା ପଠାଉଥିଲେ। ଆପ୍‍ ଗୁଡିକୁ ବ୍ୟାନ୍‍ କରିବା ପାଇଁ ଗୁଗଲ ପ୍ଲେ-ଷ୍ଟୋରକୁ ଆଦେଶ ଦିଆଯାଇଛି। ଏହି ଆପ୍‍ ଗୁଡିକ ସେହି ଆପ୍‍, ଯାହା ୨୦୨୦ରେ ରଦ୍ଦ ହୋଇଥିବା ଆପ୍‍ ର ନୂଆ ରୂପରେ ଆସିଥିଲା।
ଏହି ଆପ୍‍ ମଧ୍ୟରେ ସୁଇଟ ସେଲ୍ଫି ଏଚଡି, ବିଉଟି କ୍ୟାମେରା-ସେଲଫି କ୍ୟାମେରା ଆପ୍‍ , ଆପଲକ୍‍, ଇକ୍ୟୁଲାଇଜର ଓ ବାସ୍‍ ବୁଷ୍ଟର,ଡୁଆଲ ସ୍ପେସ୍‍ , କ୍ୟାମ୍‍ କାର୍ଡ, ଭାଇଭା ଭିଡିଓ ଏଡିଟର ( Beauty Camera: Sweet Selfie HD, Beauty Camera – Selfie Camera, Equalizer & Bass Booster, CamCard for SalesForce Ent, Isoland 2: Ashes of Time Lite, Viva Video Editor, Tencent Xriver, Onmyoji Chess, Onmyoji Arena, AppLock, Dual Space Lite ) ଆଦି ଆପ୍‍ ରହିଛି।
ସୂଚନା ଯୋଗ୍ୟ, ୨୦୨୦ରେ ମଧ୍ୟ କେନ୍ଦ୍ର ସରକାର ପ୍ରାୟ ୨୫୦ରୁ ଅଧିକ ଚାଉନିଜ୍‍ ଆପ ରଦ୍ଦ କରିଥିଲେ। ସେଥିରେ ଟିକଟକ ଭଳି ଆପ୍‍ (TikTok, Shareit, WeChat, Helo, Likee, UC News, Bigo Live, UC Browser, ES File Explorer , Mi Community )ସାମିଲ ଥିଲା।

Leave A Reply

Your email address will not be published.

nine + 12 =

error: Content is protected !!
Open chat