କଟକଣା ଲଗାଇଲେ ରାଜ୍ୟ ନିର୍ବାଚନ : ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ୪୮ ଘଣ୍ଟା ପାଇଁ କଟକଣା

0 527
greentech

ଭୁବନେଶ୍ବର ୧୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ପଞ୍ଚାୟତ ନିର୍ବାଚନବେଳେ ବିବାଦୀୟ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ ରାଜ୍ୟ ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି। ଆସନ୍ତାକାଲି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ପ୍ରଚାର ବିଧାୟିକା ପ୍ରମିଳା ମଲ୍ଲିକ ପ୍ରଚାର କରିପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦେଶନାମା ଜାରି କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି।
ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶାନାମାରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ ରାଜ୍ୟ ନିର୍ବାଚନ କମିଶନଙ୍କ ବାରଣ କରାଯାଇଛି। ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ବିଧାୟିକା ପ୍ରମିଳା ମଲ୍ଲିକ ୪୮ଘଣ୍ଟା ପାଇଁ ପ୍ରଚାର କରିପାରିବେ ନାହିଁ। ରାଜ୍ୟର କୌଣସି ସ୍ଥାନରେ ପ୍ରଚାର କରିପାରିବେ ନାହିଁ। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ପରେ ରାଜ୍ୟ ନିର୍ବାଚନ କମିଶନ ପ୍ରଚାର ପାଇଁ ବାରଣ କରିଛନ୍ତି ଏବଂ ପ୍ରମିଳାଙ୍କଠାରୁ କାରଣ ଦର୍ଶାଅ ନୋଟିସର ଉତ୍ତର ପାଇବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

ସୂଚନା ଅନୁସାରେ, ବିଞ୍ଝାରପୁର ବ୍ଲକ୍‌ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ବୁଧବାର ଦିନ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ଯଦି ଆଉ କାହାକୁ ଭୋଟ୍‌ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘର ପାଇଁ ମୋତେ କହିବନି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ରୋକଠୋକ ଶୁଣାଇଥିଲେ।

Leave A Reply

Your email address will not be published.

four × 3 =

error: Content is protected !!
Open chat