ଆସନ୍ତା ବର୍ଷରୁ ୫ଜି ସେବା

0 320
greentech

ନୂଆଦିଲ୍ଲୀ ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆସନ୍ତା ବର୍ଷରୁ ଆରମ୍ଭ ହେବ ୫ଜି ସେବା। ଦିଲ୍ଲୀ, ମୁମ୍ବଇ, ଚେନ୍ନାଇ ଓ କଲକତାରେ ମିଳିବ ୫ଜି ସେବା। ସେହିପରି ହାଇଦ୍ରାବାଦ, ଅହମ୍ମଦାବାଦ, ଚଣ୍ଡଗଡ଼, ଜାମନଗର ଓ ବେଙ୍ଗଲୁରୁକୁ ବି ସେବା ମିଳିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ୫ଜି ସେବା ପ୍ରଦାନ ପାଇଁ ଟେଲିକମ କମ୍ପାନୀଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

୨୦୨୨ ମସିହାର ଶେଷ ବେଳକୁ ଭାରତରେ ୫ଜି ଲଞ୍ଚ୍‌ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶ୍ୱର ୫୨ଟି ଦେଶରେ ଏହି ସେବା ଆରମ୍ଭ ହୋଇ ସାରିଲାଣି । ଏଥିରେ ଇଣ୍ଟରନେଟ୍‌ ସ୍ପିଡ୍‌ ବୃଦ୍ଧି ପାଇବ । ୪ଜି ସେବା ଆସିବା ପରେ ଦେଶରେ ଇଣ୍ଟରନେଟ୍‌ର ବ୍ୟବହାର ବୃଦ୍ଧି ପାଇଛି । ଜିଓ ଆସିବା ପରେ ଦେଶରେ ସ୍ମାର୍ଟଫୋନ୍‌ ସହ ଇଣ୍ଟରନେଟ୍‌ର ବ୍ୟବହାର ବୃଦ୍ଧି ପାଇଥିଲା। କୋଭିଡ୍‌ ସମୟରେ ଅଧିକାଂଶ ଓ୍ୱାର୍କ ଫ୍ରମ୍‌ ହୋମ୍‌ ସହ ଅନ୍‌ଲାଇନ୍‌ କ୍ଲାସ୍‌ ମଧ୍ୟ କରିଥିଲେ । ଏବେ ଦେଶରେ ଅନ୍‌ଲାଇନ୍‌ ବ୍ୟାକିଂ କାରବାର ଆଶାତୀତ ବୃଦ୍ଧି ପାଇଛି । ୫ଜି ଇଣ୍ଟରନେଟ୍‌ ସେବା ପ୍ରଚଳନ ହେଲେ ଇଣ୍ଟରନେଟ୍‌ର ବେଗ ବା ସ୍ପିଡ୍‌ ବୃଦ୍ଧି ପାଇବ ।

ଏଥିପାଇଁ ଥିବା ଆଇଇନରେ ପରିବର୍ତ୍ତନର କରାଯିବାର ଆବଶ୍ୟକତା ରହିଛି । ପୁରୁଣା ଆଇନରେ ପରିବର୍ତ୍ତନ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସରକାର ଚାହୁଛନ୍ତି କମ୍ପାନୀମାନଙ୍କର ଗୋଟିଏ ଅନ୍ୟରେ ବିଲୟ ହେଉ । ବ୍ୟବସାୟ ବିସ୍ତାର କରିବା ପାଇଁ ବାରମ୍ବାର ଅଦାଲତର ଦ୍ୱାରସ୍ଥ ହେବା ପାଇଁ ନ ପଡୁ ।

Leave A Reply

Your email address will not be published.

11 − 4 =

error: Content is protected !!
Open chat