ମହାଭାରତର ‘ଭୀମ’ଙ୍କ ପରଲୋକ

0 439
greentech

ନୂଆଦିଲ୍ଲୀ ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବଲିଉଡ ଅଭିନେତା ପ୍ରବୀଣ କୁମାର ସୋବିତଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ‘ମହାଭାରତ’ର ଭୀମ ଭୂମିକାରେ ଅଭିନୟ କରିଥିଲେ ପ୍ରବୀଣ । ପ୍ରବୀଣ ଭୀମ ଭୂମିକାରେ ଅଭିନୟ କରି ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ । ସୂଚନା ଅନୁସାରେ ଅଭିନେତା ପ୍ରବୀଣ କୁମାର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ନଥିଲା । ପ୍ରବୀଣ କୁମାର ସୋବିତ କେବଳ ଅଭିନୟ ଜଗତରେ ନୁହେଁ କ୍ରୀଡ଼ା ଜଗତରେ ମଧ୍ୟ ଅନେକ କ୍ଷାତି ଅର୍ଜନ କରିଥିଲେ । ଜଣେ ଆଥଲେଟ୍ ଭାବେ ଡିକସ୍‍ ଥ୍ରୋ ଭଳି ଅନେକ ଖେଳରେ ପଦକ ଜିତିଛନ୍ତି ପ୍ରବୀଣ । ଏସୀୟ ଏବଂ କମନୱେଲଥ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ହଂକଂରେ ଆୟୋଜିତ ଏସୀୟ ଗେମ୍ସରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୧୯୬୦ ଓ ୧୦୭୦ ଦଶକରେ ଅଥଲେଟକୁ ନେଇ ବେଶ ଲୋକ ପ୍ରିୟତା ହାସଲ କରିଥିଲେ ପ୍ରବୀଣ କୁମାର ସୋବିତ ।

Leave A Reply

Your email address will not be published.

eight − 7 =

error: Content is protected !!
Open chat