ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

0 473
greentech

ଭୁବନେଶ୍ବର ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବାର ସମ୍ଭାବନା ରହିଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବା ନେଇ ସୂଚନା ମିଳିଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଫେବ୍ରୁଆରୀ ୧୯ ତାରିଖରେ ପୁରୀ ଆସିବେ। ସେ ୨୦ ତାରିଖରେ ଫେରିଯିବେ। ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ପୁରୀ ଜିଲ୍ଲା ପ୍ରଶାସନ ପାଖରେ ଏନେଇ ଖବର ରହିଛି। ତେବେ ସରକାରୀ ଭାବେ ପୁରୀ ଜିଲା ପ୍ରଶାସନ ନିକଟରେ ଏନେଇ କିଛି ସୂଚନା ନାହିଁ। ଅର୍ଥାତ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ ପାଖକୁ ଏ ସମ୍ବନ୍ଧୀୟ କିଛି ଚିଠି ଆସି ନାହିଁ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରାଗଲା ପରେ ଯାଇ ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ସବିଶେଷ ସୂଚନା ମିଳିପାରିବ ବୋଲି କୁହାଯାଉଛି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

Leave A Reply

Your email address will not be published.

20 + 14 =

error: Content is protected !!
Open chat