ଖୋଲା ରହିବ ନନ୍ଦନକାନନ, କେବଳ ଅନଲାଇନରେ ମିଳିବ ଟିକେଟ

0 288
greentech

ଭୁବନେଶ୍ୱର ୦୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ପରିବର୍ତ୍ତିତ କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି ଠାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ବର୍ଟାନିକାଲ ଗାର୍ଡେନ ଖୋଲା ରହିବ। ସୂଚନା ମୁତାବକ, ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ କୋଭିଡ ନିର୍ଦ୍ଦେଶାବଳୀ କଡାକଡି ଭାବେ ପାଳନ କରିବାକୁ ପଡିବ। ଅନ୍ୟପକ୍ଷରେ ଭିଡ କମାଇବା ପାଇଁ କେବଳ ଅନଲାଇନ ଜରିଆରେ ଟିକେଟ କରାଯିବ।

ପର୍ଯ୍ୟଟକମାନେ www.nandankanan.org ୱେବସାଇଟ କିମ୍ବା ନନ୍ଦନକାନନ ଆପ ଜରିଆରେ ଟିକେଟ କରିପାରିବେ। ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ପର୍ଯ୍ୟଟକମାନଙ୍କୁ ସମୟ ବ୍ୟବଧାନରେ ଭିତରକୁ ଓ ବାହାରକୁ ଛଡ଼ାଯିବ।

Leave A Reply

Your email address will not be published.

four × 3 =

error: Content is protected !!
Open chat