ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା

0 284
greentech

ଭୁବନେଶ୍ୱର ୦୮/୦୧/୨୦୨୨ କଳିଙ୍ଗ ଜ୍ୟୋତି : ପ୍ରକାଶ ପାଇଲା ଜିଲ୍ଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା । ମୋଟ ୪୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପଞ୍ଚାୟତିରାଜ ବିଭାଗ ତରଫରୁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା । କେବଳ ମହିଳାଙ୍କ ପାଇଁ ୭ଟି ଜିଲ୍ଲା ସଂରକ୍ଷିତ ଥିବା ବେଳେ ୫୦ ପ୍ରତିଶତ ଅର୍ଥାତ ୧୫ଟି ଜିଲ୍ଲାରେ ମହିଳାମାନେ ସଭାପତି ପଦରେ ବସିବେ । ଅନୁସୂଚିତ ଜାତିଙ୍କ ପାଇଁ ୫ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ଘୋଷଣା ହୋଇଛି । ୧୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ଘୋଷଣା ରହିଛି । ପୂର୍ବରୁ ସଂରକ୍ଷଣ ତାଲିକାରୁ ପଛୁଆ ଜାତି ସଂରକ୍ଷଣ ହଟିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ବାଦ ଦିଆଯାଉଥିଲା। ସୂଚନା ଅନୁଯାୟୀ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଛି । ପଂଚାୟତ ନିର୍ବାଚନ ଯୋଗୁ ଓମିକ୍ରନ ସଂକ୍ରମଣ ଆହୁରି ବଢ଼ିପାରେ । ଏହାକୁ ଆଖି ଆଗରେ ରଖି ନିର୍ବାଚନ କମିଶନ ଆସନ୍ତା ୧୦ତାରିଖରେ ସମସ୍ତ ରାଜନୀତିକ ଦଳଗୁଡ଼ିକ ସହ ଓ ୧୨ତାରିଖରେ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ-ଏସପିମାନଙ୍କ ବୈଠକ ଡାକିଛନ୍ତି।

Leave A Reply

Your email address will not be published.

2 + five =

error: Content is protected !!
Open chat