କରୋନା କଟକଣା ମଧ୍ୟରେ ୫ ରାଜ୍ୟର ୬୯୦ ଆସନରେ ହେବ ମତଦାନ

0 317
greentech

ନୂଆଦିଲ୍ଲୀ ୦୮/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା କଟକଣା ମଧ୍ୟରେ ଏଥର  ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବ । ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଥର ଅନଲାଇନରେ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ। ‘ସୁବିଧା ଆପ୍’ରେ ମଧ୍ୟ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିପାରିବେ । ୫ ରାଜ୍ୟର ୬୯୦ ଆସନରେ ମତଦାନ ହେବ । ମୋଟ ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ। ମହିଳାଙ୍କ ପାଇଁ ସ୍ବତନ୍ତ୍ର ମତଦାନ କେନ୍ଦ୍ର ରହିବ।

-୫ଟି ରାଜ୍ୟରେ ୨ଲକ୍ଷ ୧୫ ହଜାର ୩୬୮ ମତଦାନ  କେନ୍ଦ୍ରରେ ଭୋଟଗ୍ରହଣ କରାଯିବ।

ପ୍ରତି ମତଦାନ କେନ୍ଦ୍ରରେ ସର୍ବାଧିକ ୧୨୫୦ ଭୋଟର ମତଦାନ କରିପାରିବେ।

-ଉତ୍ତରପ୍ରଦେଶରେ ଅଧିକ ୨୯ ପ୍ରତିଶତ ନୂତନ ମତଦାତା

-ଜାନୁୟାରୀ ୧୫ ଯାଏ ରାଜନୈତିକ ଦଳ ତଥା ପ୍ରାର୍ଥୀମାନେ ରୋଡ ଶୋ’ କରିପାରିବେ ନାହିଁ

Leave A Reply

Your email address will not be published.

nine + 1 =

error: Content is protected !!
Open chat