![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ ୦୮/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା କଟକଣା ମଧ୍ୟରେ ଏଥର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବ । ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଥର ଅନଲାଇନରେ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ। ‘ସୁବିଧା ଆପ୍’ରେ ମଧ୍ୟ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିପାରିବେ । ୫ ରାଜ୍ୟର ୬୯୦ ଆସନରେ ମତଦାନ ହେବ । ମୋଟ ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ। ମହିଳାଙ୍କ ପାଇଁ ସ୍ବତନ୍ତ୍ର ମତଦାନ କେନ୍ଦ୍ର ରହିବ।
-୫ଟି ରାଜ୍ୟରେ ୨ଲକ୍ଷ ୧୫ ହଜାର ୩୬୮ ମତଦାନ କେନ୍ଦ୍ରରେ ଭୋଟଗ୍ରହଣ କରାଯିବ।