ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଏସ୍‌ଓପି ଜାରି, ୨୮ରୁ ୨ ଦିନ ସେବାୟତ ଓ ୩୦ ଓ ୩୧ରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦର୍ଶନ

0 439
greentech

ଜାନୁଆରି ୩ରେ ସର୍ବସାଧାରଣ କରିବେ ବାବାଙ୍କୁ ଦର୍ଶନ

ଆରଡି: ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ୍ୱ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଆସନ୍ତା ଜାନୁଆରି ୩ରୁ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋହର ବାଜିବା ପରେ ଆଜି ଜିଲାପାଳ ଡ. ଜ୍ଞାନ ଦାସଙ୍କ ପରାମର୍ଶ ଅନୁଯାୟୀ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଆଖଣ୍ଡଳମଣିଙ୍କ କାର୍ଯାଳୟ ପରିସରରେ ସେବାୟତଙ୍କ ସହ ଏକ ବୈଠକ ବସିଥିଲା। ଉକ୍ତ ବୈଠକରେ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ କୋଭିଡ କଟକଣା ମଧ୍ୟରେ କିପରି  ମନ୍ଦିର ଖୋଲାଯିବ ସେ ବାବଦରେ  ସେବାୟତମାନଙ୍କ ସହ ଆଲୋଚନା କରିଥିଲେ।

ସର୍ବପ୍ରଥମେ ସେବାୟତ ପରିବାରଙ୍କ ଦର୍ଶନ ପାଇଁ ଆସନ୍ତା ୨୮ଓ ୨୯ରେ ମନ୍ଦିର ଖୋଲିବା ସହ ସ୍ଥାନୀୟ ୪ଟି ପଞ୍ଚାୟତ ଓଳଗ, ଆରଡି, ସୁନନ୍ଦରପୁର, ନାନ୍ଦପୁର ଅଞ୍ଚଳର ଲୋକଙ୍କ ଦର୍ଶନ ପାଇଁ ୩୦ ଓ ୩୧ରେ ଖୋଲିବ ମନ୍ଦିର। ହେଲେ ଏହି ଲୋକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ରହିବ ବୋଲି ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଟ୍ରଷ୍ଟି ଶ୍ରୀ ସାମଲ କହିଥିଲେ।

ଆସନ୍ତା ଜାନୁଆରି ୧ ଓ ୨ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରହିବା ସହିତ ୩ରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବ। ଏଥିପାଇଁ ଏସ୍‌ଓପି ଜାରି କରାଯାଇଛି। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ କରିବେ। ବାଦ ସମୟ ମନ୍ଦିର ପୂର୍ବ ପରି ବନ୍ଦ ରହିବ। ଦର୍ଶନାର୍ଥୀମାନେ ମନ୍ଦିରକୁ ଫୁଲ, ଦୀପ, ଭୋଗ ଓ କୌଣସି ପୂଜାସାମଗ୍ରୀ ନେଇ ପାରିବେ ନାହିଁ। ତାହାସହ ମନ୍ଦିର ମଧ୍ୟରେ ଅଧିକ ସମୟ ଧରି ଯାତ୍ରୀମାନେ ରହିପାରିବେ ନାହିଁ।

ସ୍ୱତନ୍ତ୍ର ବ୍ୟାରିକେଡ ମଧ୍ୟରେ ଯାଇ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯିବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ। ତାହାସହ ସମସ୍ତ ଭକ୍ତଙ୍କର ଥର୍ମାଲ ସ୍କାନିଂ ସହିତ ସାନିଟାଇଜ କରାଯିବ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଭିଡ ଲକ୍ଷଣ ଥିଭା ଭକ୍ତଙ୍କର ମନ୍ଦିର ପରିସର ମଧ୍ୟରେ ଥିବା ଅସ୍ଥାୟୀ କ୍ୟାମ୍ପରେ କୋଭିଡ ଟେଷ୍ଟ କରାଯିବ ବୋଲି ବୈଠକରେ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ଶ୍ରୀ ସାମଲ ଜଣାଇଥିଲେ। ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଦର୍ଶନ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ରହିବ ବୋଲି ବୈଠକରେ ସ୍ଥିର କରାଯାଇଛି। ବିଶେଷକରି ୧୦ବର୍ଷରୁ କମ ଓ ୬୫ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ମୁଣ୍ଡନକାର୍ଯ୍ୟ ଓ ମାନସିକ ପୂଜା ପୂର୍ବ ପରି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି କୌଣସି ସ୍ଥାନରେ ଲୋକମାନେ ଗହଳି ଲଗାଇବା ଉପରେ ମଧ୍ୟ ରୋକ ଲଗାଇଛି ପ୍ରଶାସନ। ଏହି ବୈଠକରେ ସ୍ଥାନୀୟ ପୁଲିସ, ସେବାୟତ ଓ ମନ୍ଦିର ପରିଚାଳନା କମିଟ ଉପସ୍ଥିତ ଥିଲେ।

Leave A Reply

Your email address will not be published.

8 + 11 =

error: Content is protected !!
Open chat