ଇଡିର ବଡ଼ ଖୁଲାସା : ସୁଶାନ୍ତ ସିଂଙ୍କ ଖାତାରୁ ରୀୟାଙ୍କ ଭାଇ ଶୌବିକ ଚକ୍ରବର୍ତୀଙ୍କ ଆକାଉଣ୍ଟକୁ ଯାଉଥିଲା ଟଙ୍କା ! !

0 464
greentech

ମୁ‌ମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଇଡିର ପଚରାଉଚରା ବେଳେ ରୀୟା ଚକ୍ରବର୍ତୀଙ୍କ ଭାଇ ଶୌବିକ ଚକ୍ରବର୍ତୀଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ସାମ୍ନାକୁ ଆସିଛି । ଏହି ଷ୍ଟେଟମେଣ୍ଟରୁ ପ୍ରମାଣିତ ହେଉଛି ଯେ ସୁଶାନ୍ତ ସିଂ ରାଜପୁତ ଖାତାରୁ ଟଙ୍କା ସିଧାସଳଖ ଶୌବିକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା । ଏହି ଟଙ୍କା କୋଟକ ବ୍ୟାଙ୍କରୁ ଟ୍ରାନ୍ସଫର କରାଯାଇଥିଲା ।

ଅନ୍ୟପଟେ ଶୁକ୍ରବାରଦିନ ଏହା ମଧ୍ୟ ଜଣାପଡ଼ିଛି ଯେ ଇଡିର ଜେରା ସମୟରେ ରୀୟା ଚକ୍ରବର୍ତୀ ଆଦୌ ସହଯୋଗ କରୁନଥିଲେ । ତାଙ୍କୁ ଯେଉଁ ପ୍ରଶ୍ନ ପଚରାଯାଉଥିଲା ତ ସେ ବାହାନା କରି ଉତର ଦେଉଥିଲେ । ଏହାଛଡ଼ା ଯେତେବେଳେ ତାଙ୍କୁ କିଛି ଡିଟେଲ ମଗାଗଲା ତ ତାଙ୍କୁ କିଛି ମନେନଥିବା ସେ କହିଛନ୍ତି । ଏମିତିରେ ରୀୟା ଚକ୍ରବର୍ତୀଙ୍କ ଯାଂଚରେ ସହଯୋଗ ନ କରିବା ତାଙ୍କୁ ଆହୁରି ସନ୍ଦେହ ଘେର ମଧ୍ୟକୁ ଟାଣି ଆଣୁଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପିତା କେ.କେ ସିଂ ବିହାର ସ୍ଥିତ ପାଟନା ପୋଲିସ ନୀକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତୀଙ୍କ ବିରୁଦ୍ଧରେ ଏଫଆଇଆର ଲେଖାଇଥିଲେ । ଏହା ପରେ ରୀୟାଙ୍କ ତରଫରୁ ପାଟନାରେ ରେଜିଷ୍ଟର ଥିବା ଏହି କେସକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ ଅପିଲ କରାଯାଇଥିଲା । ଯାହା ଉପରେ କୋର୍ଟ, ବିହାର ଓ ମୁମ୍ବାଇ ପୋଲିସକୁ ତିନିଦିନ ମଧ୍ୟରେ ଜବାବ ଦାଖଲ କରିବା ପାଇଁ କହିଥିଲା ।
ସଦ୍ୟତମ ସୂଚନା ଅନୁଯାୟୀ ରିୟା ଚକ୍ରବର୍ତୀଙ୍କ ଦ୍ୱାରା ପାଟନାରୁ ମୁ‌ମ୍ବାଇ କେସ ଟ୍ରାନ୍ସଫର କରିବାର ଯାଚିକା ଉପରେ ସୁପ୍ରିମ କୋଟ ଅଗଷ୍ଟ ୧୧ ତାରିଖରେ ଶୁଣାଣି କରିବେ । ଏହି କେସକୁ ଯେଭଳି ମୁମ୍ବାଇରେ ଯାଂଚ କରାଯାଉ ତାହାକୁ ନେଇ ରୀୟା ସମସ୍ତ ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.

one × one =

error: Content is protected !!
Open chat