ଓଡ଼ିଶାର ୪ ଜିଲ୍ଲା ସମେତ ଦେଶର ୭୧ଟି ଜିଲ୍ଲାରେ ପିଜିଟିଭିଟି ହାର ୧୦% ଉପରେ ରହିଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

0 418
greentech

ନୂଆଦିଲ୍ଲୀ ୦୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ମେ ପ୍ରଥମ ସପ୍ତାହରେ ସଂକ୍ରମଣ ସର୍ବୋଚ୍ଚ ଶିଖର ଛୁଇଁବା ପରଠାରୁ ଏବେ ସୁଦ୍ଧା ସଂକ୍ରମଣରେ ପ୍ରାୟ ୮୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ମେ ୩ରେ ଆରୋଗ୍ୟ ହାର ୮୧.୧ ପ୍ରତିଶତ ଥିଲାବେଳେ ଏବେ ତାହା ୯୭ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

ତେବେ ଦେଶରେ ଏବେ ବି କେତେକ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ରହିଛି । ଦେଶର ୭୧ଟି ଜିଲ୍ଲାରେ ଏବେ ବି ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି । ଏହି ୭୧ଟି ଜିଲ୍ଲା ମଧ୍ୟରେ ଓଡ଼ିଶାର ୪ଟି ଜିଲ୍ଲା ରହିଥିବାବେଳେ ଅରୁଣାଚଳ ପ୍ରଦେଶର ୧୩ଟି, ରାଜସ୍ଥାନର ୧୦ଟି, ଓ ଆନ୍ଧ୍ର ପ୍ରଦେଶର ୯ଟି ଜିଲ୍ଲା ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି ।

ଦେଶରେ ଏପର୍ୟ୍ନ୍ୟନ୍ତ ପ୍ରାୟ ୩୪ କୋଟି ଡୋଜ୍ ଟିକା ଦିଆଯ଼ାଇଛି ଯାହାକି ସମଗ୍ର ବିଶ୍ବରେ ସର୍ବାଧିକ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

twelve + ten =

error: Content is protected !!
Open chat