ଓଡ଼ିଶା ରାଜ୍ୟ ପ୍ରଶାସନିକ ଅଧିକାରୀ (ଓ.ଏ.ଏସ) ସ୍ତରରେ ଛୋଟ ଧରଣର ଅଦଳବଦଳ : ୨ ଅଫିସରଙ୍କ ବଦଳି ବାତିଲ

0 484
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮: ଓଡ଼ିଶା ରାଜ୍ୟ ପ୍ରଶାସନିକ ଅଧିକାରୀ (ଓ.ଏ.ଏସ) ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି ଏବଂ ୨ ଜଣ ଓ.ଏ.ଏସ ଅଧିକାରୀଙ୍କ ବଦଳି ବାତିଲ ହୋଇଛି । ମିିିିିିିିିିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଡିଆରଡିଏ ପିଡି ରାମଚନ୍ଦ୍ର ଜେନାଙ୍କୁ ଦେବଗଡ଼ ଡିଆରଡିଏ ପିଡି, ରବିନ୍ଦ୍ର କୁମାର ସାହୁଙ୍କୁ ବାଲେଶ୍ୱର ଡିଆରଡିଏ ପିଡି, ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ଗଜପତି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ବଦଳି ସହ ମହେନ୍ଦ୍ରଗଡ଼ସ୍ଥିତ ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।

ସେହିପରି ପଦ୍ମନାଭ ବେହେରାଙ୍କୁ ଗଞ୍ଜାମ ଜିଲ୍ଲାର କୋଭିଡ୍ ମୁକାବିଲା ଦାୟିତ୍ୱରୁ କାଢ଼ି ନେଇ ରେଢାଖୋଲ ସବଡିଭିଜିନାଲ ମାଜିଷ୍ଟ୍ରେଟ୍ ଭାବେ ବଦଳି କରାଯାଇଛି। ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସମ୍ବଲପୁର ଆରଟିଓ, ଲଳିତ ମୋହନ ବେହେରାଙ୍କୁ ଆଠମଲ୍ଲିକ ସବ୍ କଲେକ୍ଟର, ନିହାର ରଞ୍ଜନ କଅଁରଙ୍କୁ କନ୍ଧମାଳ ସବକଲେକ୍ଟର, ସରୋଜ କୁମାର ଦତ୍ତଙ୍କୁ ଆନନ୍ଦପୁର ସବକଲେକ୍ଟର ଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଭାବେ ବଦଳି କରାଯାଇଛି। ଓଏଏସ୍ ଅନାମ ଚରଣ ପାତ୍ର ଜୁଲାଇ ୨୪ ଓ ରଞ୍ଜିତ ପରିଡ଼ାଙ୍କ ଜୁଲାଇ ୨୬ତାରିଖର ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି।

Leave A Reply

Your email address will not be published.

20 + ten =

error: Content is protected !!
Open chat