କୋଭିଡ ନମୁନା ପରୀକ୍ଷାରେ ଓଡିଶା ଆଗୁଆ: ରାଜ୍ୟରେ ୧୦ ଲକ୍ଷ ଟପିଲା କରୋନା ନମୂନା ପରୀକ୍ଷଣ – ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0 351
greentech

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ଓଡିଶା ନମୂନା ପରୀକ୍ଷଣ କରିବାରେ ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ନମୂନା ପରୀକ୍ଷା କରି ପ୍ରତି ୧୦ ଲକ୍ଷ ଜନସଂଖ୍ୟା ତୁଳନାରେ ଓଡିଶା ଜାତୀୟ ହାରଠାରୁ ଦୁଇ ଗୁଣ ଅଧିକ ରହିଛି। କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗୀଙ୍କୁ ଚିହ୍ନଟ କରି ଆଗୁଆ ପଦକ୍ଷେପ ନେବା ଲାଗି ଦିନକୁ ଦିନ ଓଡିଶାରେ ନମୂନା ପରୀକ୍ଷଣକୁ ଜୋର ଦିଆଯାଉଛି। ଗତ ୩ ଦିନ ମଧ୍ୟରେ ପାଖାପାଖି ଦେଢଲକ୍ଷ ନମୂନା ପରୀକ୍ଷଣ କରାଯାଇଛି। ଅଗଷ୍ଟ ୧୪ରେ ୪୭ ହଜାରରୁ ଅଧିକ, ଅଗଷ୍ଟ ୧୫ରେ ୫୨ ହଜାରରୁ ଅଧିକ ,୧୬ ତାରିଖରେ ୫୩ରୁ ଅଧିକ ଏବଂ ୧୭ ତାରିଖରେ ରାଜ୍ୟରେ ୫୦,୫୨୫ଟି ନମୂନା ପରୀକ୍ଷଣ କରାଯାଇଛି। ଜୀବନ ବଞ୍ଚାଇବା ପାଇଁ ଏହି ଉଦ୍ୟମକୁ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଅଧିକ ପରୀକ୍ଷା କରାଯାଉଛି । ଅଗଷ୍ଟ ୧୬ରେ ପ୍ରତି ଦଶ ଲକ୍ଷରେ ଜାତୀୟ ନମୂନା ପରୀକ୍ଷଣ ୫୪୨ ରହିଥିବା ବେଳେ, ରାଜ୍ୟରେ ପ୍ରତି ୧୦ ଲକ୍ଷ ଲୋକରେ ୧୦୯୬ ପରୀକ୍ଷା କରାଯାଇଥିଲା। ସେହିପରି ସୋମବାର ଏ ସଂଖ୍ୟା ୧୧୪୩ ରହିଥିଲା, ଯାହା ଦେଶର ପ୍ରଥମ। ଏହାରି ମଧ୍ୟରେ ରାଜ୍ୟରେ ୧୦ ଲକ୍ଷ ଟପିଛି କରୋନା ନମୂନା ପରୀକ୍ଷଣ।  ରାଜ୍ୟରେ ଟେଷ୍ଟିଂ ପରିମାଣ ବୃଦ୍ଧି ପାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବର୍ତ୍ତମାନ ସୁଦ୍ଧା କୌଣସି ରାଜ୍ୟ ଏତେ ନମୂନା ପରୀକ୍ଷା କରି ନାହାନ୍ତି ଗତ ଦୁଇ ଦିନରେ। କୋଭିଡ ନମୁନା ପରୀକ୍ଷାରେ ଆଗରେ ରହିଛି ଓଡିଶା। ସବୁଠାରୁ ଅଧିକ ସଂକ୍ରମିତ ମହାରାଷ୍ଟ୍ର, ତାମିଲନାଡ଼ୁ କି କର୍ଣ୍ଣାଟକ ବି ଏତେ ପରିମାଣ ଟେଷ୍ଟ ଦୁଇ ଦିନ ମଧ୍ୟରେ କରିପାରି ନାହାନ୍ତି। ଓଡ଼ିଶା ପଛକୁ ରହିଛନ୍ତି ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟ । ଦୁଇ ନମ୍ବରରେ ଥିବା ଆନ୍ଧ୍ରପ୍ରଦେଶ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ପାଖାପାଖି ୨୮୦ କମ୍‌ ନମୁନା ରବିବାର ପରୀକ୍ଷା କରିଛି। ମୋଟ ଦୈନିକ ନମୁନା ପରୀକ୍ଷାରେ ବି ଓଡ଼ିଶା ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ତୁଳନାରେ ଢେର୍‌ ଅଧିକ ପରୀକ୍ଷା କରିଛି । ରବିବାର ଉତ୍ତରପ୍ରଦେଶ, ତାମିଲନାଡ଼ୁ ଓ ବିହାର ପରେ ଓଡ଼ିଶାରେ ସବୁଠାରୁ ଅଧିକ ନମୁନା ପରୀକ୍ଷା ହୋଇଥିଲା । ସୋମବାର ବି ଓଡ଼ିଶାଠୁ କେବଳ ବିହାର, ଉତ୍ତରପ୍ରଦେଶ ଓ ତାମିଲନାଡ଼ୁ ଅଧିକ ନମୁନା ପରୀକ୍ଷା କରିଛନ୍ତି ।

Leave A Reply

Your email address will not be published.

four × 3 =

error: Content is protected !!
Open chat