![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ରାଜ୍ୟ ତମାମ ସହରାଞ୍ଚଳରେ ବିଦ୍ୟୁତକାଟକୁ ନେଇ ଅତିଷ୍ଠ ହେଲେଣି ଉପଭୋକ୍ତା । ଅଘୋଷିତ ଭାବେ ଦୈନିକ ୧୦ରୁ ୨୦ଥର ଯାଏ ବିଦ୍ୟୁତ କାଟ ହେଉଛି । କେତେବେଳେ ଡ୍ରପ ଆଉଟ ହେଉଛି ବୋଲି କୁହାଯାଉଛି ତ କେତେ ବେଳେ ସଟ ଡାଉନ ନିଆଯାଇଛି ବୋଲି ଲୋକଙ୍କୁ କୁହାଯାଉଛି । ପୂର୍ବରୁ ଯଥା-କଥା ଚାଲିଥିଲା, ଏବେ ଗତ ୨ ମାସ ହେବ ଏହି ବିଦ୍ୟୁତ କାଟ ସହରବାସୀଙ୍କୁ ବ୍ୟସ୍ତ ବିବ୍ରତ କରି ପକାଇଲାଣି । ସାଧାରଣ ପରିବାର ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବ୍ୟବସାୟୀ, ସରକାରୀ ଅଫିସର ଓ କର୍ମଚାରୀ, କମ୍ପାନୀ କାର୍ଯ୍ୟାଳୟ ସବୁଠି ବିଦ୍ୟୁତକାଟକୁ ନେଇ ଅସନ୍ତୋଷ । ହେଲେ ବିଦ୍ୟୁୁୁତ ବିଭାଗ କର୍ତୃପକ୍ଷ ପୁରା ବେପରୱା ଅଛନ୍ତି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ସେସୁକୁ ଟାଟା ପାୱାର ନେବା ପରଠାରୁ ପ୍ରତିଦିନ ବିନା କାରଣରେ ୨୦ରୁ ଅଧିକ ଥର ବିଦ୍ୟୁତ କାଟ ଲାଗି ରହୁଛି। ଗଲା କିିିିିଛି ବର୍ଷ ତଳେ ସେସୁରେ ହୋଇଥିବା ଇନଭରର୍ଟର ବିକା ଦୁର୍ନୀତି କଥାକୁ ଅବତାରଣା କରି କେହି କେହି ସହରବାସୀ କୁହା କୁହି ହେଉଛନ୍ତିି ଯେ, ଟାଟା ପାୱାର ବୋଧେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଇନଭରର୍ଟର ଓ ବ୍ୟାଟେରି ବିକିବାକୁ ଏପରି କରୁଥାଇ ପାରେ ।
ଖୋଦ ରାଜଧାନୀ ଭୁବନେଶ୍ୱର ପୁଣି ଘଣ୍ଟା ଘଣ୍ଟା ଧରି ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେଉଛି। ସାମାନ୍ୟ ବର୍ଷା ଓ ଘଡଘଡି ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ଏବଂ ବିନା ବର୍ଷା ଘଡଘଡିରେ ପ୍ରତିଦିନ ଘନ ଘନ ବିଦ୍ୟୁତ୍ କାଟ ରାଜଧାନୀବାସୀଙ୍କୁ ଅତିଷ୍ଟ କରିଦେଉଛି। ବିଭ୍ରାଟ ଦେଖାଦେବା ଫଳରେ ଘଣ୍ଟା ଘଣ୍ଟା ଧରି ଲୋକେ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି। କେହିକେହି ସହରବାସୀଙ୍କ ଧୈର୍ଯ୍ୟକୁ ବିଦ୍ୟୁୁୁତ ବିଭାଗ ପରଖୁଛି ବୋଲି ମଧ୍ୟ କଟାକ୍ଷ କରୁଛନ୍ତି । ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏ ସବୁଠି ଉପଭୋକ୍ତା ଅଘୋଷିତ ବିଦ୍ୟୁତକାଟ ଜନିତ ନିର୍ଯାତନା ଭୋଗୁଛନ୍ତି ।
ତେବେ ଏକ ସମୟରେ ଏହ ବିଦ୍ୟୁତକାଟ ସବୁ ଅଞ୍ଚଳରେ ହେଉନାହିଁ । ବିଭିନ୍ନ ଅଞ୍ଚଳରେ ବହୁବାର ଭିନ୍ନଭିନ୍ନ ସମୟରେ ହେଉଛି ବିଦ୍ୟୁତକାଟ । ଜେରକ୍ସ, ଡିଟିପି ୟୁନିଟ କରିଥିବା ବ୍ୟବସାୟୀ ମୁଣ୍ଡରେ ହାତ ଦେଲେଣି । କେତେବେଳେ ବିଦ୍ୟୁତ କାଟ ହୋଇଯିବ ସେଥିନେଇ ଭରସା ନାହିଁ ବୋଲି ସମସ୍ତେ କହୁଛନ୍ତି । କିଏ ସକାଳୁ ପାଣିଗରମ କରୁଥିବ ଗୋଧୋଇବା ପାଇଁ ହେଲେ ହଠାତ ହେବ ବିଦ୍ୟୁତ କାଟ । କିଏ ସକାଳୁ ଚା’କପ ବି ପିଇ ପାରୁନାହିଁ । ପୁଣି ସଂଧ୍ୟାରେ କିଏ ପାଠପଢିବା ବେଳେ ବି ବିଦ୍ୟୁତକାଟ । ଏହାକୁ ନେଇ ସମସ୍ତେ ବିରକ୍ତ ହେଲେଣି ଓ ବିଦ୍ୟୁତ କାଟ ପ୍ରସଙ୍ଗ ଏବେ ଚର୍ଚାର ପ୍ରମୁଖ କାରଣ ପାଲଟିଛି ।
ତେବେ ଉପଭୋକ୍ତାଙ୍କ ଭାଷାରେ ବିଦ୍ୟୁୁୁତ ବିଭାଗ ବେପରୱା ହୋଇଯାଇଥିବା ବେଳେ କର୍ତୃପକ୍ଷ କିନ୍ତୁ ଭିତିଭୂମିର ନବୀକରଣ ଲାଗି ହେଉଥିବା ମରାମତି ଓ ଖରାପ ପାଗକୁ ଦାୟୀ କରିଛନ୍ତି । ସେହିଭଳି ଗତ କିଛିଦିନ ହେବ ଲଗାତାର ପାଗ ଖରାପ ରହିବା ଆଳରେ ମଧ୍ୟ ଘନଘନ ବିଦ୍ୟୁତ କାଟ ହେଉଛିରହିଛି । ସରକାରଙ୍କ ‘ସମନ୍ୱିତ ଶକ୍ତି ଉନ୍ନୟନ ଯୋଜନା’ (ଆଇପିଡିଏସ)ରେ ମଧ୍ୟ ନୂଆ ଟ୍ରାନସଫରମର ମାନ ସ୍ଥାପନା କରାଯାଉଛି ଏବଂ ଏହି ଯୋଜନାରେ କାର୍ଯ୍ୟ ସରିବା ପରେ ଯେ ବିଦ୍ୟୁତ କାଟ ହେବ ନାହିଁ ତାହା ଭାବିବା ବାହୁଲ୍ୟ ।