ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଫଳରେ ବ୍ୟାପକ ବିଆଳୀ ଧାନ ଫସଲ ଗଜା ହୋଇ ନଷ୍ଟ ହେବା ଆଶଙ୍କା ! !

0 442
greentech

ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ନିଶ୍ଚିନ୍ତକୋଇଲି ବ୍ଲକର ମହାନଦୀ – ଚିତ୍ରୋତ୍ପଳା ଓ ଲୁଣା – ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳରେ ଲଗାଣ ବର୍ଷା ଫଳରେ ବ୍ୟାପକ ବିଆଳୀ ଧାନ ଫସଲ ଗଜା ହୋଇଯିବା ଯୋଗୁ ଚାଷୀମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଚଳିତ ବର୍ଷ କରୋନା କଟକଣା ସତ୍ତ୍ୱେ ଚାଷୀମାନେ ଧାର-ଉଧାର କରି ଏହି ଧାନ ବୁଣି ଅମଳ କରିବା ବେଳକୁ ବର୍ଷା ଦାଉ ସାଧିବାରୁ ଏବେ ଶହ ଶହ ହେକ୍ଟର ଧାନ ଫସଲ ବିଲରେ ଗଜା ହୋଇଯାଇଥିବା ଦେଖିବାକୁ ମିଳିଛି ।

ବିଶେଷ କରି ମହାନଦୀ –ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ସାନ୍ତପୁର ପଂଚାୟତର ଓରିକଣ୍ଟା, ବ୍ରାହ୍ମଣ ଖଣ୍ଡ, ରହଂସ, ଅରଖଦିଆ, ବନ୍ଧୁପୁର ପଂଚାୟତ, କଳମିଶ୍ରି, ଜନାର୍ଦ୍ଦନପୁର, ପାଳଦା ଓ ଲୁଣା –ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ତିଲକଣା, ବନ୍ଧକାଟିଆ, ନଗସପୁର ଆଦି ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଚାଷୀମାନେ ଧାନ କାଟି ଅମଳ କଲା ବେଳକୁ ୮ ଭାଗ ଫସଲ ଗଜା ହୋଇଥିବା ଦେଖିବାକୁ ମିଳିଛି । ଧାର ଉଦ୍ଧାର କରି ଚାଷ କରିଥିବା ଚାଷୀମାନେ ଏବେ କିଭଳି ନିଜ ଧାର କରଜ ପରିଶୋଧ କରିବେ ତାହା ଏବେ ଚିନ୍ତାର କାରଣ ପାଲଟିଛି । ରାଜ୍ୟ ସରକାର ଏହାର ଉପଯୁକ୍ତ ଅନୁସନ୍ଧାନ କରି ଚାଷୀମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ସାଧାରଣରେ ଦାବି ହୋଇଛି । ତେବେ ଆଗକୁ ବଡଧରଣର ବର୍ଷା ଆଶଙ୍କା ଥିବାରୁ ଚାଷୀମାନେ ଧାନ ଫସଲକୁ କାଁ ଭାଁ କାଟି କୁଟି ଘୋଡାଇ ରଖିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

seventeen − nine =

error: Content is protected !!
Open chat