ବୁର୍ଲା, ଭୀମସାର : ୭୦ ଡ଼ାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ – ଅଗଷ୍ଟ ୧୨ ପର୍ଯ୍ୟନ୍ତ ମେଡ଼ିସିନ ବିଭାଗର ଓପିଡ଼ି ବନ୍ଦ

0 408
greentech

ସମ୍ବଲପୁର/ବୁର୍ଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮: ବୀର ସୁୁୁୁରେନ୍ଦ୍ର ସାଏ ମେଡିକାଲ କଲେଜ (ଭୀମସାର), ବୁର୍ଲା ମେଡ଼ିସିନ ବିଭାଗର ୯ ଜଣ ଡ଼ାକ୍ତର ଗତ ମଙ୍ଗଳବାର ଦିନ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ଡ଼ାକ୍ତର ମାନଙ୍କ ସଂସ୍ପର୍ଶରେ ଆସିଥିବା ୭୦ ଜଣ ଡ଼ାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡ଼ିସିନ ବିଭାଗର ୩୮ ଜଣ ଡ଼ାକ୍ତରଙ୍କ ସମେତ ୭୦ ଜଣ ଡ଼ାକ୍ତର କ୍ୱାରେଣ୍ଟାଇନରେ ରହିବେ ବୋଲି ଭୀମସାର ନିର୍ଦ୍ଦେଶକ ଡ଼ାକ୍ତର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି ।

ଏଥିସହ ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମେଡ଼ିସିନ ବିଭାଗର ଓପିଡ଼ି ବନ୍ଦ ରହିବ । ମେଡ଼ିସିନ ବିଭାଗର ବର୍ହିବିଭାଗ (ଓପିଡ଼ି)କୁ ଆସୁଥିବା ରୋଗୀ ଜେନେରାଲ୍‌ ଓପିଡ଼ିରେ ଦେଖାଇବା ଲାଗି ବ୍ୟବସ୍ଥା ହୋଇଛି । ସେହିପରି ରୋଗୀଙ୍କ ପାଇଁ ଟେଲି ମେଡ଼ିସିନ ନମ୍ବର ଜାରୀ କରାଯାଇଛି । ୭୬୫୫୦-୫୧୫୯୮ ଏବଂ ୭୬୫୫୦-୫୧୬୦୧ ନମ୍ବରରେ ଟେଲି ମେଡ଼ିସିନ ସୁବିଧା ଉପଲବ୍ଧ କରିପାରିବେ ରୋଗୀ । କରୋନା ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଭୀମସାର ନିର୍ଦ୍ଦେଶକ ଶ୍ରୀ ମେହେର ।

Leave A Reply

Your email address will not be published.

14 + 2 =

error: Content is protected !!
Open chat