ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ଏସଟିଏଫ୍ ପକ୍ଷରୁ ଚଢାଉ,ମହିଳା ସହଯୋଗୀଙ୍କ ସମେତ ୩ ଅଟକ,ସ୍କର୍ପିଓ ଉଦ୍ଧାର

0 289
greentech

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ :ରାଜଧାନୀରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଡିଲ୍ ଚାଲିଥିବା ବେଳେ ଏସଟିଏଫ ଚଢାଉ କରିଥିଲା । ପିସ୍ତଲ କାରବାର ପାଇଁ ଯୋଜନା କରୁଥିବା ୨ ଯୁବକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ସ୍କର୍ପିଓ ଗାଡି ସହ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି। ସ୍କର୍ପିଓ ଭିତରୁ ଜଣେ ଦେହଜୀବୀ ମଧ୍ୟ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ରାଜଧାନୀରେ ଏବେ କିଛିଦିନ ଧରି ଚୋରା ବନ୍ଧୁକ କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ବିଭିନ୍ନ ସ୍ଥାନରେ ଚୋରା ବନ୍ଧୁକ ବେପାରୀଙ୍କ ଉପରେ କଡା ନଜର ମଧ୍ୟ ରଖୁଥିଲା ।

କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ପୋଲିସ କଳ୍ପନା ଛକରେ ଚଢାଉ କରିଥିଲା । ସେଠାରେ  ପିସ୍ତଲ କାରବାର ପାଇଁ ଯୋଜନା କରୁଥିବା ୨ ଯୁବକ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ସ୍କର୍ପିଓ ଗାଡି ସହ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି ।  ଗିରଫ ୨ ଯୁବକଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବୋଲି ଜଣାପଡିଛି । ସ୍କର୍ପିଓ ଭିତରୁ ଜଣେ ଦେହଜୀବୀ ମଧ୍ୟ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ୨ ଯୁବକଙ୍କୁ ଗିରଫ ପରେ ସେମାନଙ୍କୁ ବଡଗଡ ଥାନାକୁ ହସ୍ତାନ୍ତର କରାଯାଇଛି । ତେବେ ବିକିବାକୁ ଆସିଥିବା ବ୍ୟବସାୟୀ ଫେରାର ଥିବା ଏସଟିଏଫ ଓ ପୋଲିସ କହିଛି। ଉଦ୍ଧାର ହୋଇଥିବା ମହିଳା ଜଣଙ୍କର ଘର ନିମାପଡା ବୋଲି ପୋଲିସ କହିଛି। ୩ ଜଣଙ୍କ ଅପରାଧିକ ରେକର୍ଡକୁ ଯାଞ୍ଚ କରୁଛି  ଏସଟିଏଫ ଓ ବଡଗଡ ଥାନା ପୋଲିସ।

Leave A Reply

Your email address will not be published.

six − six =

error: Content is protected !!
Open chat