![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/xbgsd.jpg?resize=472%2C314)
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬: ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ବିଏମ୍ସି । ସେହିପରି ଭୁବନେଶ୍ବର ବସ୍ତି ଅଞ୍ଚଳରେ ରହୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଗାଇଡଲାଇନ୍ ଜାରି କରିଛି । ବସ୍ତି ଅଞ୍ଚଳରେ ରହୁଥିବା ସବୁ କର୍ମଚାରୀଙ୍କ ଡାଟାବେସ୍ ପ୍ରସ୍ତୁତ ହେବ । ଏନେଇ ସବୁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିଛି ବିଏମ୍ସି। ବସ୍ତିରେ ରହୁଥିବା କର୍ମଚାରୀ ଏକାଦିକ୍ରମେ 14 ଦିନ ଡ୍ୟୁଟି କରିବେ।ହସ୍ପିଟାଲ ପରିସରରେ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ରହଣି ବ୍ୟବସ୍ଥା ହେବ ।
![](https://kalingajyoti.com/wp-content/uploads/2020/06/xcvfdgb.jpg)
ହସ୍ପିଟାଲ ପରିସରରେ ସମ୍ପୃକ୍ତ କର୍ମଚାରୀଙ୍କପାଇଁ ରହଣି ବ୍ୟବସ୍ଥା ହେବ। 14 ଦିନ ଡ୍ୟୁଟି ପରେ ନେଗେଟିଭ ରିପୋର୍ଟ ଦେଖି ରିଲିଜ୍ କରାଯିବ । ପ୍ରଥମ ଦଫା କର୍ମଚାରୀଙ୍କ ଡ୍ୟୁଟି ପରେ ଦ୍ବିତୀୟ ଦଫା କର୍ମଚାରୀଙ୍କୁ ଡ୍ୟୁଟି ମିଳିବ। ଜଣେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବେ ହସ୍ପିଟାଲ କର୍ତ୍ତୃପକ୍ଷ। ନୋଡାଲ ଅଧିକାରୀ କର୍ମଚାରୀଙ୍କ ତଥ୍ୟ ବିଏମ୍ସିକୁ ନିୟମିତ ପ୍ରଦାନ କରିବେ ।