ଲଦାଖ ସୀମାରେ ସେନାକୁ ସମ୍ପୂର୍ଣ୍ଣ କ୍ଷମତା

0 408
greentech

ନୂଆଦିଲ୍ଲୀ: ଏବେ ଚୀନକୁ ଜବାବ ଦେବାକୁ ପଛ ଘୁଞ୍ଚା ଦେବେନି ବୀର ଯବାନ। ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଚୀନର କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣ ଆଗାମୀ ଦିନରେ ମହଙ୍ଗା ସାବ୍ୟସ୍ତ ହୋଇପାରେ। କାରଣ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ସେନାକୁ ସମ୍ପୂର୍ଣ୍ଣ କ୍ଷମତା ଦେଇଛନ୍ତି। ଯେତେବେଳେ ବି ସୀମାରେ ଚୀନ୍ ଯବାନ କୌଣସି ବିଶୃଙ୍ଖଳିତ ଆଚରଣ ସୃଷ୍ଟି କରିବେ ସେତେବେଳେ କୌଣସି ନିର୍ଦ୍ଦେଶକୁ ଅପେକ୍ଷା ନକରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।

ରବିବାର ଲଦାଖ ପ୍ରସଙ୍ଗରେ ରାଜନାଥ ସିଂହ ବୈଠକ କରିଥିଲେ। ଏହି ବୈଠକରେ ସିଡିଏସ ଜେନେରାଲ ବିପିନ ରାଓ୍ୱତଙ୍କ ସହିତ ତିନି ସେନାର ମୁଖ୍ୟ ଯୋଗ ଦେଇଥିଲେ। ଏହି ଚାରି ସେନା ଅଧିକାରୀଙ୍କ ସହିତ ରାଜନାଥ ସିଂହ ଆଲୋଚନା କରିଥିଲେ।

ଗଲଓ୍ୱାନ ଉପତ୍ୟକାରେ ଚୀନ ଏବଂ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ। ଏବେ ଚୀନ ପ୍ୟାଙ୍ଗାଙ୍ଗ ହ୍ରଦର ୮ କିଲୋମିଟର ଏରିଆକୁ ଚୀନ ଘେରି ରଖିଛି। ବିଶେଷଜ୍ଞ ଆକଳନ କରିଛନ୍ତି ଯେ, ଏବେ ଚୀନ ପ୍ୟାଙ୍ଗଙ୍ଗ ହ୍ରଦକୁ ନେଇ ବିବାଦ ସୃଷ୍ଟି କରିପାରେ। ମେ ୫ ଏବଂ ୬ରେ ଏହି ସ୍ଥାନରେ ଦୁଇ ଦେଶର ସେନା ହାତାହାତି ହୋଇଥିଲେ।

Leave A Reply

Your email address will not be published.

nineteen + 5 =

error: Content is protected !!
Open chat