ସଫଳ କରୋନା ପ୍ରତିଷେଧକ ଟୀକା ନ ବାହାରିବା ଯାଏଁ ସ୍କୁଲ କଲେଜ ବନ୍ଦ ରହୁ : ସର୍ଭେ ରିପୋର୍ଟ

0 480
greentech

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୬/୦୭ : ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। ଏପରି ସ୍ଥଳେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ୬୦ ପ୍ରତିଶତ ଅଭିଭାବକ କରୋନା ପ୍ରତିଷେଧକ ଟୀକା ବାହାରିଲେ ସ୍କୁଲକୁ ପିଲାଙ୍କୁ ପଠାଇବା ପାଇଁ ରାଜି ଅଛନ୍ତି। ୭୧ ପ୍ରତିଶତ କରୋନା ସଂକ୍ରମଣ ନିୟନ୍ତ୍ରଣ ହେବା ପରେ ସ୍କୁଲ୍‌,କଲେଜ, ବିଶ୍ୱବିଦ୍ୟାଳୟ ଆଦି ଖୋଲିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ସେହିପରି ୫୬ ପ୍ରତିଶତ ଅଭିଭାବକ ସ୍କୁଲ ଖୋଲିଲେ ପିଲାଙ୍କୁ ଛାଡ଼ିବା ଆଣିବା କାର୍ଯ୍ୟ କରିବାକୁ ମତ ଦେଇଛନ୍ତି। ଅପରପକ୍ଷରେ ୫୩ ପ୍ରତିଶତ ସ୍କୁଲ ନ ଖୋଲିବାକୁ ମତ ଦେଇଛନ୍ତି।

ଅନ୍‌ଲାଇନ୍‌ କ୍ଲାସ୍‌କୁ ସେମାନେ ପସନ୍ଦ କରିଛନ୍ତି। ୪୫ ପ୍ରତିଶତ ଅଭିଭାବକ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସମର୍ଥନ କରିଛନ୍ତି। ତେବେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସେମାନେ ସମର୍ଥନ କରିଛନ୍ତି। ୫୬ ପ୍ରତିଶତ ସ୍କୁଲରେ ଖେଳକୁଦ ଏବଂ ଯୋଗ ସମୟରେ ସାମାଜିକ ଦୂରତା ଅବଲମ୍ବ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କର ପକ୍ଷରୁ ଜୁନ୍‌ ୨୧ରୁ ଜୁନ୍‌ ୨୮ ମଧ୍ୟରେ ଦେଶବ୍ୟାପୀ ସର୍ଭେ କରାଯାଇଥିଲା। ଏଥିରେ ୫୫ ହଜାରରୁ ଅଧିକ ପୁରୁଷ ଏବଂ ୧୭ ହଜାରରୁ ଅଧିକ ମହିଳାଙ୍କୁ ସାମିଲ୍‌ କରାଯାଇଥିଲା।

Leave A Reply

Your email address will not be published.

4 × five =

error: Content is protected !!
Open chat