![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୭ : ଦକ୍ଷିଣ କୋରିଆ ଭିତ୍ତିକ କମ୍ପାନୀ ସାମ୍ସଙ୍ଗର ଫୋନଗୁଡିକରେ ଗୁଗଲ ପ୍ରଡକ୍ଟଗୁଡିକୁ ପ୍ରାଥମିକତା ମିଳିବାକୁ ଯାଉଛି। ଆଲ୍ଫାବେଟ୍ ଇଙ୍କ୍ର ଗୁଗଲ ଏବଂ ସାମ୍ସଙ୍ଗ ଇଲେକଟ୍ରୋନିକ୍ସ ମଧ୍ୟରେ ଏ ନେଇ ଏକ ବଡ ଡିଲ୍ ହେବାକୁ ଯାଉଛି ବୋଲି ବ୍ଲୁମବର୍ଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ଦ୍ୱାରା ସାରାବିଶ୍ୱରେ ବ୍ୟବହାର ହେଉଥିବା ସାମ୍ସଙ୍ଗ ହ୍ୟାଣ୍ଡସେଟଗୁଡିକରେ ହେଉଥିବା ସର୍ଚ୍ଚ କ୍ଷେତ୍ରରେ ଗୁଗଲକୁ ଅଧିକ ନିୟନ୍ତ୍ରଣ କ୍ଷମତା ମିଳିବ ବୋଲି ରିପୋର୍ଟରେ କୁହାଯାଇଛି। ସାମ୍ସଙ୍ଗ ବିଶ୍ୱର ସର୍ବବୃହତ୍ତ ସ୍ମାର୍ଟଫୋନ ନିର୍ମାତା ଭାବେ ପରିଗଣିତ ହେଉଛି।
![](https://i0.wp.com/kalingajyoti.com/wp-content/uploads/2020/07/download-35.jpg?resize=414%2C232&ssl=1)
ଏହା ଗତ ଆର୍ଥତ୍କ ବର୍ଷରେ ସାରା ବିଶ୍ୱରେ ୩୦ କୋଟି ଫୋନ ବିକ୍ରି କରିବାକୁ ସକ୍ଷମ ହୋଇଛି। ସାମ୍ସଙ୍ଗର ଗାଲାକ୍ସି ଡିଭାଇସଗୁଡିକରେ ଗୁଗଲର ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ବ୍ୟବହାର ହେଉଛି। ବର୍ତ୍ତମାନର ଡିଲ୍ ମୁତାବକ ସାମ୍ସଙ୍ଗ ଫୋନରେ ଗୁଗଲର ଡିଜିଟାଲ ଆସିଷ୍ଟାନ୍ସ ବ୍ୟବହାରକୁ ବଢାଇବା, ପ୍ଲେ ଷ୍ଟୋର ଆପ୍ ବ୍ୟବହାର ଭଳି ପ୍ରସଙ୍ଗ ଉପରେ ଆଲୋଚନା ଜାରି ରହିଥିବା ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ସାମ୍ସଙ୍ଗ ୟୁଜରଙ୍କ ନିକଟରେ ଭାଲ୍ୟୁଯୁକ୍ତ ଦୈନିକ ଆକ୍ସେସ୍ ବଢାଇବା ଦିଗରେ ଗୁଗଲକୁ ଅଧିକ ସୁଯୋଗ ମିଳିପାରିବ।
![](https://kalingajyoti.com/wp-content/uploads/2020/07/download-4.png)
ସେହିଭଳି ସାମ୍ସଙ୍ଗର ଡିଭାଇସଗୁଡିକରେ ଏହାର ନିଜସ୍ବ ବିକ୍ସ ବି ଡିଜିଟାଲ ଆସିଷ୍ଟାନ୍ସ ବ୍ୟବହାର କମ୍ ହେବ। ଏହି ଡିଲ୍ ସାମ୍ସଙ୍ଗ ଲାଗି ଲାଭଜନକ ହେବ ବୋଲି କୁହାଯାଉଛି। କାରଣ କୋଭିଡ୍ ଯୋଗୁ କମ୍ପାନୀ ବର୍ତ୍ତମାନ ଚାହିଦା ହ୍ରାସର ସମ୍ମୁଖୀନ ହୋଇଛି। ଅନ୍ୟ ଆଣ୍ଡ୍ରଏଡ ଡିଭାଇସ ମେକରଙ୍କ ଭଳି ସାମ୍ସଙ୍ଗ ନିଜସ୍ବ ଆପ୍ଷ୍ଟୋର ଏବଂ ଡିଜିଟାଲ ଆସିଷ୍ଟାନ୍ସ ପ୍ରସ୍ତୁତ କରିପାରିବ ବୋଲି ଗୁଗଲର ମୁଖପାତ୍ର କହିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/download-1-16.jpg?resize=408%2C228&ssl=1)
ଆଣ୍ଡ୍ରଏଡ ପ୍ଲାଟଫର୍ମରେ ଏହା ଏକ ସର୍ବୋତ୍ତମ ଫିଚର। ୟୁଜର ଅଭିଜ୍ଞତା ବଢାଇବା ଲାଗି ଅଂଶୀଦାରଙ୍କ ସହ ନିୟମିତ ସମ୍ପର୍କରେ ରହିଛୁ। ଏଥିରେ କୌଣସି ପରିବର୍ତ୍ତନ କରିବା ଯୋଜନା ନାହିଁ ବୋଲି ମୁଖପାତ୍ର ମତ ରଖିଛନ୍ତି